
ଚୌଦ୍ଵାର(ଶିବବ୍ରତ ଦାସ ) ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ଥିବା ବେଳେ ସରକାରଙ୍କ ପକ୍ଷରୁ ଦିନ ସମୟରେ କାର୍ଯ୍ୟ ବନ୍ଦ ରଖିବାକୁ ନିୟମ ଜାରି ହୋଇଛି। ଶ୍ରମିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଖରା ସମୟରେ କାମ ବନ୍ଦ ନିର୍ଦ୍ଦେଶ ଥିଲେ ମଧ୍ୟ ଅନେକ ସ୍ଥାନରେ ସେହି ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଅଭିଯୋଗ ହେଉଛି।
ଡହଡହ ଖରାରେ ଶ୍ରମିକମାନେ ଜୀବନକୁ ବାଜି ଲଗାଇ କାମ କରୁଥିବା ବେଳେ ସେମାନଙ୍କ ପାଇଁ ନାହିଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା, ନାହିଁ ବିଶ୍ରାମ ପାଇଁ ଛାୟା ଘର। ଅସହ୍ୟ ତାତିରେ କାମ କରି ଶ୍ରମିକମାନେ ଅସୁସ୍ଥ ହେବାର ଆଶଙ୍କା ଥିଲେ ମଧ୍ୟ ପ୍ରଶାସନ ନିରବ ଦର୍ଶକ ସାଜିଥିବା ଦେଖିବାକୁ ମିଳୁଛି।
ସାଧାରଣ ଲୋକଙ୍କ ମଧ୍ୟରେ ଏବେ ପ୍ରଶ୍ନ ଉଠୁଛି — ଯଦି ସରକାରଙ୍କ ନିୟମକୁ ମାନାଯିବ ନାହିଁ, ତେବେ ସେହି ନିୟମ କେବଳ କାଗଜ କଲମରେ ସୀମିତ ରହିବା ପାଇଁ କି? ଶ୍ରମିକଙ୍କ ଜୀବନ ସହ ଏଭଳି ଖେଳ କେତେଦିନ ଚାଲିବ ତାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସ୍ଥାନୀୟ ଲୋକମାନେ ତୁରନ୍ତ ପ୍ରଶାସନୀୟ ହସ୍ତକ୍ଷେପ ସହ ନିୟମ ଉଲଂଘନ କରୁଥିବା କାର୍ଯ୍ୟସ୍ଥଳୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।