କୋଭିଡ ୧୯ ଦୁର୍ନୀତିର ପର୍ଦାଫାଶ

ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର ପୌରପାଳିକାଦ୍ଵାରା 2020/2021 ମସିହାରେ କୋଭିଡ ସମ୍ଭଦ୍ଧରେ ଖର୍ଚ୍ଚର ପରିମାଣ ସମ୍ବଦ୍ଧରେ ସୂଚନା କର୍ମୀ ମନୋଜ ସାହୁ 2023 ମସିହାରେ ସୂଚନା ଆଇନ ମାଧ୍ୟମରେ ପୌରପାଳିକାକୁ ଖର୍ଚ୍ଚର ହିସାବ ମାଗିଥିଲେ, ପୌରପାଳିକା ଏହାର ତଥ୍ୟ ନଦେବାରୁ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଶ୍ରୀ ସାହୁ ଅଭିଯୋଗ କରିଥିଲେ, ବର୍ତମାନ ଏହାର ଶୁଣାଣି ଚାଲିଥିବାବେଳେ ଯେତିକି ତଥ୍ୟ ମିଳିଛି ତାହା ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ଅଟେ, ଯଥା -ପୌରପାଳିକା ଦ୍ଵାରା କୋଭିଡ ସେଣ୍ଟରରେ ରହୁଥିବା ରୋଗୀ ମାନଙ୍କୁ ସରକାରଙ୍କ ନିର୍ଦେଶକ୍ରମେ ଦୁଇହଜାର ଟଙ୍କା ଦେବାପାଇଁ ନିର୍ଦେଶ କ୍ରମେ ବ୍ୟାଙ୍କ ମାଧ୍ୟମରେ ଏକସହ ଅଠେଇଶୀ ଜଣଙ୍କୁ ଟଙ୍କା ଦିଆଯାଇଛି କିନ୍ତୁ ପୌରକର୍ମଚାରି ବିଚିତ୍ରାନନ୍ଦ ସ୍ୱାଇଁ ନିଜ ନାମରେ ଓ ବିଭିନ୍ନ ଲୋକଙ୍କ ନାମରେ ଏକଲକ୍ଷ ଅଡତିରିଶି ହଜାର ଟଙ୍କା ରୋଗୀଙ୍କୁ ଦେବାପାଇଁ ନିଜେ ନେଇଛନ୍ତି, ସେହିଭଳି ରାଜ୍ୟ /କେନ୍ଦ୍ର ସରକାରଙ୍କ ନିକଟରୁ ମାସ୍କ ଆସିଥିବାବେଳେ ଦଶ ନଂ ୱାର୍ଡର ମା ବାସନ୍ତୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ମାସ୍କ ଦେବା ବାବତରେ ଏକଲକ୍ଷ କୋଡିଏ ହଜାର ଟଙ୍କା କାର୍ଯ୍ୟାଳୟ ପ୍ରଦାନ କରିଛି, ସେହିଭଳି ଓଟିଏମ ବଜାରରେ ଏକ ଯୁବନେତାଙ୍କ ହୋଟେଲରୁ ଖାଦ୍ୟ ଆଣିଥିବା ନେଇ ତିନିଲକ୍ଷ ତେ୍ୟାନବେ ହଜାର ନଅସହ ସତସ୍ତରୀ (rs-3,93,977)ଟଙ୍କା କାର୍ଯ୍ୟଳୟ ପ୍ରଦାନ କରିଥିବାନେଇ ସୂଚନା କମିଶନ ବିରକ୍ତି ପ୍ରକାଶ କରିଛନ୍ତି, ହାସ୍ୟାସ୍ପଦ କଥାହେଲା ହାର୍ଡ ୱେୟାର ଦୋକାନରୁ ଲକ୍ଷାଧିକ ଟଙ୍କାର ମେଡିକାଲ କୀଟ ଓ ଗ୍ଲୋଭଶ କିଣିଛନ୍ତି, ତତସହିତ କୋଭିଡ ସେଣ୍ଟର ପାଇଁ କିଣାଯାଇଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ରକୁ କାର୍ଯ୍ୟାଳୟର କୌଣସି କର୍ମଚାରୀ ଦେଖିନାହାନ୍ତି ସେହିଭଳି ବୁଲା ଗାଈ ଓ କୁକୁରମାନଙ୍କ ପାଇଁ ଦୁଇଲକ୍ଷ ଚଉରାସୀ (₹-284000)ହଜାର ତାଙ୍କର ଚୋକଡ ଓ ପାଉଁରୁଟି କିଣାଯାଇଛି, ସେହିପରି ଏକସହଷାଠିଏଟି ଗଦିଥିବା ବେଡ଼ କିଣାଯାଇଥିବାବେଳେ କେଉଁଥିପାଇଁ ଖାଲି ଗଦି ପଚସ୍ତରିଟି କିଣାଯାଇଥିଲା ଓ ପଇଁତିରିଶଟି ଗଦି ପଇଁଚାଳିଶି ଦିନପାଇଁ ଭଡାକୁ ଆସିଥିଲା, ଏଠି ପ୍ରଶ୍ନ ଉଠେ ଯଦି ପୌରାକାର୍ଯ୍ୟାଳଦ୍ଵାରା ସମୁଦାୟ ଏକସହ ସତାନବେଜଣ ରୋଗୀ ଆସିଥିଲେ ତାହତ ଏକ କାଳୀନ ଆସିନଥିଲେ ତେବେ ଭଡାକୁ କଣ ପାଇଁ ଗଦି ଭଡାକୁ ଆସିଥିଲା ବର୍ତମାନର ପ୍ରଶ୍ନ ହେଲା କିଣାଯାଇଥିବା ବେଡ଼, ଶୀତତାପ ନିୟନ୍ତ୍ରିତ ଯନ୍ତ୍ର କେଉଁଠାରେ ଓ କାହା ତତ୍ତ୍ଵାବଧାନରେ ଅଛି, ଏହି ସବୁ ଖର୍ଚ୍ଚ ଉପରେ ସନ୍ଦେହ କରି ସୂଚନା କର୍ମୀ ମନୋଜ ସାହୁ ସ୍ପେଶାଲ ଅଡିଟ କରିବାପାଇଁ ରାଜ୍ୟ ଅଡିଟ କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରିଲାପରେ ଅଡିଟ କାର୍ଯ୍ୟ ସରିଲା ଉପରେ, ଏଥିସହିତ ସୂଚନା କମିଶନଙ୍କ ନିର୍ଦେଶ ଅନୁଯାଇ ବର୍ତମାନର ନିର୍ବାହୀ ଅଧିକାରୀ ତଦନ୍ତ କରି ତା – 03/07/2026 ପୂର୍ବରୁ ରିପୋର୍ଟ ପ୍ରଦାନ କରିବେ । ଏହି କୋଭିଡ କାର୍ଯ୍ୟକ୍ରମକୁ ସେ ସମୟର ନିର୍ବାହୀ ଅଧିକାରୀ ପବିତ୍ର ବେହେରା ଓ ବର୍ତମାନ କାର୍ଯ୍ୟରତ କର୍ମଚାରୀ ବିଚିତ୍ରାନନ୍ଦ ସ୍ୱାଇଁ ନିର୍ବାହ କରିଥିଲେ।