କୃତୀ ଛାତ୍ରୀଛାତ୍ରଙ୍କୁ ଟେଟ୍ରାହେଡ୍ରନ୍ ପକ୍ଷରୁ ସମ୍ବର୍ଦ୍ଧନା

ଚୌଦ୍ୱାର (ଶିବବ୍ରତ ଦାସ )ଓଡିଶା ଉଚ୍ଚମାଧ୍ଯମିକ ଶିକ୍ଷା ପରିଷଦ ପରିଚାଳିତ +୨ ବିଜ୍ଞାନ, କଳା, ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଘରୋଇ ବିଜ୍ଞାନ ଶିକ୍ଷାନୁଷ୍ଠାନ ଟେଟ୍ରାହେଡ୍ରନ ଗ୍ରୁପ ଅଫ୍ ଇନ୍‌ଷ୍ଟିଚ୍ୟୁସନର ଶତପ୍ରତିଶତ ସଫଳତା ହାସଲ କରିଛି । ସମୁଦାୟ ୧୧୬୯ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୪୪ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତୀର୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ୯୮%ରୁ ଉର୍ଦ୍ଧ ନମ୍ବର ରଖି ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ବରାଳ ସମୁଦାୟ ୫୯୪ନମ୍ବର ରଖି ଟେଟ୍ରାହେଡ୍ରନ୍ ମହିଳା ଉଚ୍ଚମାଧ୍ଯମିକ ବିଦ୍ୟାଳୟର ଟପର ହୋଇଥିବା ବେଳେ ଶୁଭଶ୍ରୀ ଦାସ ୫୯୩ନମ୍ବର ରଖି ୨ୟ ସ୍ଥାନ ଓ କୁମ୍ କୁମ୍ ପତି,ସାଇ ସୁରୁପା ତ୍ରିପାଠୀ, ପ୍ରଜ୍ଞା ପ୍ରଧାନ ସମାନ ୫୯୨ନମ୍ୱର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଟେଟ୍ରାହେଡ୍ରନ୍ ଉଚ୍ଚମାଧ୍ଯମିକ ବିଦ୍ୟାଳୟର କମଲ କିରନ୍ ବାରିକ, ନିର୍ମଳ ପ୍ରଭାତ ଜେନା ଓ ରାଜେଶ କୁମାର ସାହୁ ୫୮୮ନମ୍ବର ରଖି ୫୮୮ନମ୍ବର ରଖି ଟପର ହୋଇଛନ୍ତି । ଭବିଷ୍ୟତରେ ଡାକ୍ତର ହେବାର ଇଚ୍ଛା ବ୍ୟକ୍ତ କରିଛନ୍ତି । ସେହିପରି ଅନୁଷ୍ଠାନର ୯୫ଜଣ ଛାତ୍ରଛାତ୍ରୀ ୯୫%, ୪୧୨ଜଣ ୮୮%, ୫୫୮ଜଣ ୮୫%, ୭୭୧ଜଣ ୮୦%, ୯୪୮ଜଣ ୭୫% ଓ୧୦୬୬ଜଣ ୭୦% , ୧୧୪୪ଜଣ ୬୦%ରୁ ନମ୍ବର ରଖି ପାସ କରିଛନ୍ତି । ଏହି ଉପଲକ୍ଷେ କଲେଜ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ଯକ୍ଷ ତ୍ରିଦେବ୍ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କୃତି ବିଦ୍ୟାର୍ଥୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବନ୍ଧିତ କରାଯାଇଥିଲା ।ଚଳିତ ବର୍ଷ ରେଜଲ୍ଟ କୁ ନେଇ ପ୍ରତିଷ୍ଠାତା ଖୁସି ବ୍ୟକ୍ତ କରିଥିବା ବେଳେ ଏହାର ଶ୍ରେୟ ରାଜ୍ୟ ସରକାର ଦେଇଛନ୍ତି।