ଓଡ଼ିଶାରେ ଆପ୍ ହେବ ମଜବୁତ୍; ୫ ପ୍ରଭାରୀ ନିଯୁକ୍ତ

ଭୁବନେଶ୍ଵର (ଓଡ଼ିଶା ଟୁଡେ): ରାଜ୍ୟରେ ଆମ୍ ଆଦ୍‌ମୀ ପାର୍ଟି ର ସାଂଗଠାନିକ କାର୍ଯ୍ୟକୁ ଅଧିକ ମଜବୁତ୍ କରିବା ପାଇଁ ଆପ କେନ୍ଦ୍ରୀୟ ଟିମ୍ ୫ ଜଣଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରିଛି। ସେମାନଙ୍କ ମଧ୍ୟରେ ବି.ବି ତ୍ୟାଗୀ, ରବୀନ୍ଦ୍ର ଭରଦ୍ୱାଜ, ପ୍ରଦୀପ ମିତ୍ତଲ, ପୁନିତ୍ ରାୟ ଓ ପ୍ରବୀଣ କାଭିୟା ପ୍ରମୁଖଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟରେ ସାମ୍ପ୍ରତିକ ସ୍ଥିତିକୁ ନେଇ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ଓଡ଼ିଶାରେ ଆମ୍ ଆଦ୍‌ମୀ ପାର୍ଟିକୁ ଏକ ବିକଳ୍ପ ନେତୃତ୍ବ ନେବାକୁ ଆହ୍ୱାନ ଦେଇଥିଲେ। ସେହି ଆଧାରରେ ଦୀର୍ଘ ଦିନ ଧରି ଆପ୍ ରାଜ୍ୟରେ ଏକ କର୍ମୀ ସମ୍ମିଳନୀର ଡାକରା ଦେଇଛି। ଏହି କର୍ମୀ ସମ୍ମିଳନୀରେ ଆସନ୍ତା ୨୪ ତାରିଖରେ ରାଜ୍ୟ ସଭା ସାଂସଦ ତଥା ଆପ୍ ବରିଷ୍ଟ ନେତା ସଂଜୟ ସିଂ ଓ ରାଜ୍ୟ ପ୍ରଭାରୀ ବିରେନ୍ଦ୍ର ସିଂ କାଡ଼ିଆନ୍ ଯୋଗ ଦେବେ। ତେବେ ସଂଗଠନକୁ ରାଜ୍ୟରେ ଅଧିକ ସଂଗଠିତ କରିବା ପାଇଁ ଏହି ୫ ଜଣଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି, ଯାହାକି ରାଜ୍ୟରେ ସଂଗଠନକୁ ଅଧିକ ମଜବୁତ୍ କରି ପାରିବ। ଏନେଇ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।