ପୋଲସରାରେ ଜିଲ୍ଲପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ପୋଲସରା, ୨୬/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପରିସରରେ ୨୫-୫-୨୬ ତାରିଖ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣି ଶିବିର ଲାଗି ବିଭିନ୍ନ ପଂଚାୟତର ୧୦୨ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ୧୭ ଜଣ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୧ଲକ୍ଷ ଟଙ୍କାର ସହାୟତା ରାଶି ଚେକ ମାଧ୍ୟମରେ ଜିଲ୍ଲାପାଳ ପ୍ରଦାନ କରିଥିଲେ। ୧୪ ଜଣଙ୍କୁ ରାସନ କାର୍ଡ, ୧୧ ଜଣଙ୍କୁ ଜମି ପଟ୍ଟା ସମେତ ଭିନ୍ନକ୍ଷମମାନଙ୍କୁ ଟ୍ରାଇସାଇକେଲ, ହୁଇଲଚେୟାର ଆଦିପ୍ରଦାନ କରାଯାଇଥିଲା। ପୋଲସରା ସହରରେ ଥିବା ପାଣି ସମସ୍ୟା ନେଇ ଆଲୋଚନା କରି ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ, ଆଇ ଏ ଏସ ସରଣ୍ୟା ଏସ, ଉପଜିଲ୍ଲାପାଳ ଶିବାଶିଷ ବରାଳ, ପିଡି ସମୀର ଜେନା, ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ଦାସ, ବିଡ଼ିଓ ଶଶିଭୂଷଣ ମହାପାତ୍ର, ଏସଡ଼ିପିଓ ସୁଜିତ କୁମାର ନାୟକ, ଆଇଆଇସି କୌଶିକ ମାଝୀ ସମେତ ସମସ୍ତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ୍ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ।