ଚଳିତ ବର୍ଷରୁ ଓଡ଼ିଆରେ ପଢ଼ା ହେବ +୨ ବିଜ୍ଞାନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି

ଭୁବନେଶ୍ୱର : ଚଳିତ ବର୍ଷରୁ ଓଡ଼ିଆରେ ପଢ଼ା ହେବ +୨ ବିଜ୍ଞାନ ପାଠ୍ୟକ୍ରମ I ପ୍ରତି ବିଦ୍ୟାଳୟ ପାଠାଗାରକୁ +୨ ବିଜ୍ଞାନ ପାଠ୍ୟପୁସ୍ତକ ପ୍ରଦାନ I ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି କ୍ରମେ ଓଡ଼ିଆ ଅଧ୍ୟାୟନ ଓ ଗବେଷଣା ସଂସ୍ଥା ଦ୍ୱାରା ପ୍ରସ୍ତୁତ +୨ ବିଜ୍ଞାନ ପାଇଁ ଓଡ଼ିଆରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି ।ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସାତଶହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଓଡ଼ିଆରେ ରଚିତ ବିଜ୍ଞାନ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ସହିତ ବିଜ୍ଞାନ ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାରେ ବିଜ୍ଞାନ ଶିକ୍ଷାର ଉପାଦେୟତା ଓ ଆବଶ୍ୟକ ତା ବିଷୟରେ ସୂଚନା ଦିଆଯାଇଛି । ଫଳରେ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀ ଏହାହାରା ଉପକୃତ ହେବେ । ଓଡ଼ିଆରେ ନିଟ ଓ ଜେଇଇ ପରୀକ୍ଷା ପ୍ରଶ୍ନ ପତ୍ର ଆସୁଥିବାରୁ ଓଡ଼ିଆ ରେ ଯୁକ୍ତ୨ ବିଜ୍ଞାନ ପଢ଼ୁଥିବା ପିଲା ସୁଫଳ ପାଇପାରିବେ ବୋଲି କୁହାଯାଇଛି ।