
ବେଲଗୁଣ୍ଠା ୨୮/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ହାଟପଦା ନିବାସୀ ସ୍ବର୍ଗତ ବଳରାମ ପଟ୍ଟନାୟକଙ୍କ ଜ୍ୟେଷ୍ଠ ପୁତ୍ର ତଥା ବିଶିଷ୍ଟ ସମାଜସେବୀ ଓ ରାଜନେତା ଦିବଙ୍ଗତ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଦ୍ୱାଦଶାହ ଦିବସ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ବେଲଗୁଣ୍ଠା ନିକଟସ୍ଥ ଦିବଙ୍ଗତଙ୍କ ଗୁଡ଼ିପଲ୍ଲୀ ସୁନାରୀ ସାହି ସ୍ଥିତ ଫାର୍ମ ହାଉସ ପବିତ୍ର ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଦିବଙ୍ଗତ ସନ୍ତୋଷ କୁମାରଙ୍କ ଫୋଟ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ସନ୍ତୋଷ କୁମାରଙ୍କ ଗୁଣଗାନ କରି ସ୍ମୃତି ଚାରଣ କରିଥିଲେ । ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଓଁ ଶାନ୍ତି ନଗର ସ୍ଥିତ ପ୍ରଭୁସ୍ମୃତି ଭବନର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମ କୁମାରୀ ରାଜେଶ୍ୱରୀ ଭଉଣୀ , ବ୍ରହ୍ମକୁମାରୀ ମମତା ଓ ମାମା ଭଉଣୀଙ୍କ ସହିତ ସହଯୋଗୀ ବିକେ ରବି ଭାଇ, ଭଞ୍ଜନଗର ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ବ୍ରହ୍ମ କୁମାରୀ ସନ୍ତୋଷି ଭଉଣୀଙ୍କ ସହିତ ତାଙ୍କ ସାଥି ଏବଂ ବେଲଗୁଣ୍ଠା କେନ୍ଦ୍ରର ବ୍ରହ୍ମ କୁମାରୀ ବିଷ୍ଣୁ ଭଉଣୀ ଓ ସାଥି ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଦିବଙ୍ଗତଙ୍କ ଭଉଣୀ ମମତା ଓ ବସନ୍ତ ଏବଂ ମାମୁଁ ଭଣଜା ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସେହିଭଳି ବଡ଼ ଭଉଣୀ ସୁଜାତା ହାଟପଦା ସ୍ଥିତ ବାସଭବନରେ ରହି ଶ୍ରାଦ୍ଧ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ସେହିଭଳି ଦ୍ୱାଦଶାହ ଦିବସ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସୋରଡ଼ା ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ହରୀକୃଷ୍ଣ ରଥ, ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ପ୍ରଧାନ, ଦେବୀ ପ୍ରସାଦ ବିଷୋୟୀ, ବବି ଅନନ୍ତ ନାଗ ରଥ, ସାମ୍ବାଦିକ ରବୀନ୍ଦ୍ରନାଥ ପାତ୍ର , ବେଲଗୁଣ୍ଠା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ , ଭଞ୍ଜନଗର ଦିବ୍ୟଶକ୍ତି ଇଙ୍ଗଲିଶ ମିଡ଼ିୟମ ସ୍କୁଲର ଅଧ୍ୟକ୍ଷା ରଶ୍ମିତା ସାମନ୍ତରାୟ, , ଗୋଷ୍ଠି ସଙ୍ଗଠକ ବିପ୍ର ଚରଣ ବାରିକ, ଗିରିଷ ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ନେତା ବସନ୍ତ ଜେନା ,ବଳଭ ପଣ୍ଡା, ବେଲଗୁଣ୍ଠା ମିଡ଼ିଆ କ୍ଲବ ସଭାପତି ଏଲ.ସତୀଶ ରେଡ୍ଡୀ ,ସୁଧୀର କୁମାର ସମନ୍ତରା, ବ୍ରହ୍ମ କୁମାର ଭକ୍ତଭାଇ ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।