
ଭଞ୍ଜନଗର, ୨୯/୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ଲକ୍ଷ ନିକେତନ ରେ ଅନୁଷ୍ଠିତ ଏକ ସରଳ ଓ ଭାବପୂର୍ଣ୍ଣ ଅନୁଷ୍ଠାନରେ ଭଞ୍ଜନଗର ଉପଜିଲ୍ଲାପାଳ, ଶ୍ରୀ ଉମାଶଙ୍କର ବେହେରା, ଓଡ଼ିଶା ପ୍ରଶାସନିକ ସେବା (OCS) ପରୀକ୍ଷାରେ ସଫଳତା ପ୍ରାପ୍ତ କରିଥିବା ୪ ଜଣଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ। ଲକ୍ଷ ନିକେତନ ଗଞ୍ଜାମର ଏକ ଉତ୍କୃଷ୍ଟ ପଦକ୍ଷେପ। ଲକ୍ଷ ନିକେତନ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଚଳିତ ବର୍ଷରେ ଆରମ୍ଭ ହୋଇଥିବା ଏକ ମାଗଣା କୋଚିଂ ଓ ପ୍ରଶିକ୍ଷଣ ଯୋଜନା, ଯାହା UPSC ଓ OPSC ପରୀକ୍ଷା ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ IAS/IPS/OAS ଅଧିକାରୀଙ୍କ ମାର୍ଗଦର୍ଶନ, ମକ୍-ଇଣ୍ଟରଭ୍ୟୁ, ଡିଜିଟାଲ୍ କ୍ଲାସ୍ରେମ୍ ଏବଂ ଆଧୁନିକ ଲାଇବ୍ରେରି ସୁବିଧା ପ୍ରଦାନ କରେ ।
ଏହି ଯୋଜନା ମାଧ୍ୟମରେ ପୂର୍ବରୁ
୫ ଜଣ ଓଡ଼ିଶା ପ୍ରାର୍ଥୀ ୨୦୨୫ UPSC ପରୀକ୍ଷାରେ କୃତିତ୍ୱ ହୋଇଛନ୍ତି, ଯାହା ଜିଲ୍ଲା ପ୍ରଶାସନର ପ୍ରଶାସନିକ ଦାର୍ଶନିକତାର ସ୍ପଷ୍ଟ ପ୍ରମାଣ ।
ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ପରିଚାଳିତ (୨୦୨୪) ଲିଖିତ ଓ ମୌଖିକ ପରୀକ୍ଷା ରେ OCS (ଓଡ଼ିଶା ପ୍ରଶାସନ ସେବା) , ଭଞ୍ଜନଗର ଉପଖଣ୍ଡର କୃତିତ୍ଵ ମାନେ ହେଲେ, ବୁଗୁଡ଼ା ବ୍ଲକ୍ ଅଞ୍ଚଳର ସଂଘମିତ୍ରା ପାତ୍ର ର୍ୟାଙ୍କ ୧୮୭ , ଆସ୍କା ବ୍ଲକ ଅଞ୍ଚଳର , ଇତିଶ୍ରୀ ଜେନା ର୍ୟାଙ୍କ ୧୦, ସ୍ନିଗ୍ଧା ସେନାପତି ର୍ୟାଙ୍କ ୬୩ ଓ ସୁରଡା ବ୍ଲକ ଅଞ୍ଚଳର କାହୁଁ ଚରଣ ବେହେରା , ର୍ୟାଙ୍କ ୫୬ ।
ଉପଜିଲ୍ଲାପାଳ ଅଭିଭାଷଣରେ କହିଥିଲେ ଯେ, “ନୂତନ OCS ଅଧିକାରୀମାନେ ଜିଲ୍ଲା ଓ ସୂବିଭାଗର ବିକାଶ, ଲୋକସେବା ଏବଂ ଗଭର୍ନାନ୍ସରେ ମୂଳ ସ୍ତମ୍ଭ ହୋଇ ଆସିବେ। ସେମାନେ ସଫଳତା ପାଇବା ସହ ଭବିଷ୍ୟତରେ ପ୍ରଶାସନିକ ଦକ୍ଷତା, ସମୟପାଳନ, ସତ୍ୟନିଷ୍ଠା ଏବଂ ଲୋକସହଯୋଗ ଦ୍ୱାରା ଲୋକମାନଙ୍କ ପାଇଁ ଗୁଣବତ୍ତାପୂର୍ଣ୍ଣ ସେବା ନେଇ ଆସିବେ” । ସେମାନଙ୍କ କୃତିତ୍ଵ ପାଇଁ ପରିବାର ଓ ମାର୍ଗଦର୍ଶକଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇ, ସେ କହିଥିଲେ ଯେ ଲକ୍ଷ ନିକେତନ ପରି ଯୋଜନା ଆଗକୁ ଅଧିକ ପ୍ରାର୍ଥୀଙ୍କୁ କୃତକାର୍ଯ୍ୟ କରିବ।ଏହି କାର୍ଯ୍ୟ କ୍ରମେ ରେ ସହକାରୀ ଜିଲ୍ଲାପାଳ ପ୍ରଧାନ ଟୁଲିଆମା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ , କୃତିତ୍ୱ ପାଇଥିବା ଅଭିଭାବକ ଓ ଅଭିଭାବିକା ତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।