
ସୁନାବେଡ଼ା, ୨୯.୦୫.୨୬: (ପ୍ରଭାତ କୁମାର ସୁତାର, ଓଡିଶା ଟୁଡେ): ପ୍ରକଳ୍ପ ନିର୍ଦ୍ଧେଶକ ଡୁଡ଼ା କୋରାପୁଟ ତଥା ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଆଜି ସୁନାବେଡ଼ା ଆହାର କେନ୍ଦ୍ର ଓ ଆବର୍ଜନା ପୁନଃପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ସେ ଆହାର କେନ୍ଦ୍ରର ଖାଦ୍ୟ ଗୁଣବତ୍ତା ନେଇ ସନ୍ତୋଷ ପ୍ରକାଶ କରିବା ସହ ଆବର୍ଜନା ପୁନଃପ୍ରକ୍ରିୟାକରଣ କେନ୍ଦ୍ରରେ ୧୦୦% ଡୋର-ଟୁ-ଡୋର ସଂଗ୍ରହ ଓ କମ୍ପୋଷ୍ଟ ବ୍ରାଣ୍ଡିଂ ପାଇଁ ନିର୍ଦେଶ ଦେଇଛନ୍ତି।
ସେ ଆହାର କେନ୍ଦ୍ରରେ ପହଞ୍ଚି ମଧ୍ୟାହ୍ନ ଭୋଜନ ଚାଖିଥିଲେ। ଦୈନିକ ୪୫୦ ରୁ ଅଧିକ ହିତାଧିକାରୀ ମାତ୍ର ୫ ଟଙ୍କା ରେ ଭୋଜନ କରୁଛନ୍ତି I ସେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ କହିଥିଲେ।
ଏହାପରେ ଆବର୍ଜନା ପୁନଃପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସେ ଓଦା-ଶୁଖିଲା ବର୍ଜ୍ୟବସ୍ତୁ ପୃଥକୀକରଣ, କମ୍ପୋଷ୍ଟିଂ ୟୁନିଟ୍ ଓ ପ୍ଲାଷ୍ଟିକ ବେଲିଂ ପ୍ରକ୍ରିୟା ଯାଞ୍ଚ କରିଥିଲେ। ମହିଳା SHG ସଦସ୍ୟାମାନେ ଆବର୍ଜନା ସଂଗ୍ରହ ଓ କମ୍ପୋଷ୍ଟ ବିକ୍ରିରୁ କିପରି ରୋଜଗାର କରୁଛନ୍ତି, ସେ ସମ୍ପର୍କରେ ପଚାରି ବୁଝିଥିଲେ।
ସେ ସ୍ୱଚ୍ଛ ସାଥୀ ଓ SHG ମହିଳାଙ୍କୁ ପ୍ରଶଂସା କରିବା ସହ ନିର୍ଦେଶ ଦେଇଥିଲେ ପ୍ରତି ୱାର୍ଡରେ ୧୦୦% ଡୋର-ଟୁ-ଡୋର ସଂଗ୍ରହ କରିବାକୁ କହିଥିଲେ I ଏହି ଗସ୍ତ ସମୟରେ ସୁନାବେଡ଼ା ପୌର ପରିଷଦର ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତି ଥିଲେ I