ବାଲିପଦର ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ:ଜନସାଧାରଣ ହନ୍ତସନ୍ତ

ବାଲିପଦର: ୩୦/୦୫ (ଵି. ପ୍ରକାଶଚନ୍ଦ୍ର ପାତ୍ର) ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଅଞ୍ଚଳର ଦଶଖଣ୍ତ ପଞ୍ଚାୟତର ପଚାଶ ଖଣ୍ଡ ଗ୍ରାମର ବିଦ୍ୟୁତ୍ ଗ୍ରାହକ ଆଜକୁ ପନ୍ଦର ଦିନ ହେଲାଣି ବାରମ୍ବାର ବିଦ୍ୟୁତ୍ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ କୌଣସି ସୂଚନା ନଦେଇ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସେବା ବନ୍ଦ କରି ରଖୁଛନ୍ତି। ଏପରି ଅଘୋଷିତ ବିଦ୍ୟୁତ୍ କାଟ୍ କାରଣରୁ ବାଲିପଦର ଅଞ୍ଚଳ ବାସି ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ପ୍ରବଳ ଗ୍ରୀଷ୍ମ ତାପରେ ଅସୁସ୍ଥ ହୋଇ ପଡୁଛନ୍ତି। ଡାକ୍ତର ଖାନା, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସରେ ବିଦ୍ୟୁତ୍ ନଥିବା କାରଣରୁ ସାଧାରଣ ଜନତାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିଭାଗୀୟ କର୍ମଚାରୀ ମାନଙ୍କ ଦେଖା ମିଳୁ ନଥିବା ବେଳେ ଫିୟୁଜ୍ କଲ୍ ଅଫିସ୍ ବନ୍ଦ ହୋଇ ରହୁଛି।କୌଣସି ସୂଚନା ନଥାଇ ଦିନ ଗୋଟାଏରୁ ସନ୍ଧ୍ଯା ପଞ୍ଚଟା ଏବଂ ରାତି ୧୧ଟାରୁ ଲାଇନ୍ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କାଟି ଦିଆ ଯାଉଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦ୍ରୁ୍ଷ୍ଟି ଦେଇ ତୁରନ୍ତ ଅଘୋଷିତ ବିଦ୍ୟୁତ୍ କାଟରୁ ନିବ୍ରୁ୍ତ ରହିବା ପାଇଁ ଅଞ୍ଚଳ ବାସି ଦାବୀ ଜଣାଇ ଛନ୍ତି।