
ଭଞ୍ଜନଗର: ୩୧/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲIଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମେନ ରୋଡ ରାଜ୍ୟପଥରେ ଥିବା ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ରାତ୍ରରେ ଘରଚାବି କାଟି ବେଟରୀ ଚୋରି ହୋଇ ଯାଇଅଛି ବିଶେଷ ସୂତ୍ରରୁ ପ୍ରକାଶ ଯେ ରାତ୍ର କାଳ ବିଦ୍ୟୁତ କାଟିଥିବା ବେଳେ ୫୦୦କେଜିରୁ ଅଧିକ ପରିମାଣ ଥିବା ବେଟେରୀ ଦୁର୍ବତ ମାନେ ଚୋରି କରିନେଇ ଅଛନ୍ତି ଯଦ୍ୱାରା ଏହି ଏକ୍ସଚେଞ୍ଜ ଉପରେ ନିର୍ଭର କରୁଥିବା ୫୦ କିମି ବ୍ୟାସାର୍ଦ୍ଧରେ ଥିବା ଭଞ୍ଜନଗର ,ବେଲେ ଗୁଣ୍ଠI,ଜଗନ୍ନାଥ ପ୍ରସାଦର ଶତାଧିକ ଗ୍ରାମ ବିଏସଏନଏଲ ସେବା ନେଟୱର୍କ ସହିତ ବିଛିନ୍ନ ହେବା ଦ୍ଵାରା ଇନ୍ଟାରନେଟ ଓ କଥା ବାର୍ତ୍ତା ହଉନଥିବା ଗ୍ରାହକ ମନରେ ଜନ ଆସନ୍ତୋଷ ଦେଖାଯାଇଅଛି ଏ ପରିପ୍ରେଖୀରେ ଖାଉଟି ସଂଘ ତଥା ଟ୍ରାଇ ସିଏଜି ସଭ୍ୟ ବାର୍ଡର ସମ୍ପIଦକ ପ୍ରକାଶ ଚନ୍ଦ୍ର ସାହୁ ଭଞ୍ଜନଗର ବିଏସଏନଏଲ ଜେଇଙ୍କୁ ଅଭିଯୋଗ କରିବାରୁ ଏ ବିଷୟ କହିବା ସାଥିରେ ଭଞ୍ଜନଗର ପୁଲିସ ଥାନାକୁ ଅନଲାଇନରେ ଏଫଆଇଆର ଅଭିଯୋଗ କରିଛନ୍ତି , ଆଗରୁ ତୁରୁମୁ ଓ ତୁଳସୀପଲ୍ଲୀରୁ ବେଟରୀ ମଧ୍ୟ ଚୋରି ହୋଈଥିବା ସୂଚନା ବି ମିଳିଛି, ବିଏସଏନଏଲ କତୃପକ୍ଷ କୁଳାଡ ପଞ୍ଚIୟତ ଲାଗିଥିବା ସିସିଟିଭି ଫୁଟେଜ ସ୍ଥାନୀୟ ସରପଞ୍ଚ ଙ୍କୁ ମାଗିବାରୁ ୨ମାସ ହେଲା ସିସିଟିଭି କାମକରୁ ନାହିଁ ବୋଲି ସେ କହିଛନ୍ତି ଯାହା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଅଛି, ଲକ୍ଷାଧିକ ଟଙ୍କାରେ ଗ୍ରାମ ପଂଚାୟତ ଗୁଡିକରେ ଓ ଭଞ୍ଜନଗର ମିଉନିସିପାଲଟିରେ ଲାଗିଥିବା ସିସିଟିଭି ଯଦି କାମକରୁ ନାହିଁ ଏସବୁ କାହାସ୍ଵାର୍ଥରେ ଓ, ସରକାରଙ୍କ ସବୁ କାର୍ଯ୍ୟଲୟରେ ବିଏସଏନଏଲ ନେଟୱର୍କ ସଂଯୋଗୀକରଣ ବାଧ୍ୟତା ମୂଳକ କରିଥିବା ଓ ଗୋଟେ ନିର୍ଦ୍ଧିଷ୍ଟ କମ୍ପାନିର ବେଟେରୀ ଚୋରୀ ଆଇନଶୃଙ୍ଖଳା କୁ ବଡ ଚାଲେଞ୍ଜ କରିବା ସହିତ ସରକାର ଯୋଜନା ରେ ବାଧକ ବୋଲି ଶ୍ରୀ ସାହୁ ମତ ରଖିଛନ୍ତି I