ଘୁମୁସର ର ସ୍ବର” ପକ୍ଷରୁ ୧୬୨ତମ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବାଲିପଦର:୩୧/୦୫ (ଵି. ପ୍ରକାଶ ଚନ୍ଦ୍ର ପାତ୍ର) ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଅହଲ୍ୟା ଦେବୀ ମହାବିଦ୍ୟାଳୟ ଠାରେ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ପବିତ୍ର ପୁରୁଷୋତ୍ତମ ମାସ ଜ୍ୟେଷ୍ଠ ମଳ ପୁର୍ଣ୍ଣିମା ଅବସରରେ ୧୬୨ତମ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ବରେଣ୍ୟ ଅତିଥି ଭାବେ କବି ପଦ୍ମ ଲୋଚନ ଗୌଡ, କବି ସୁରେଶ ଚନ୍ଦ୍ର ପାଢ଼ୀ, ବାଲିପଦର ହାଇସ୍କୁଲ ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର, ଖରିଡା ମା’ସ୍ବପ୍ନଶ୍ବରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ,ଅଧ୍ଯାପିକା ଇତିଶ୍ରୀ ନାୟକ, ସମାଜସେବୀ ଖଲି ପରିଡା, ବ୍ରୁ୍ୂନ୍ଦାବନ ମହାନ୍ତି, ବଳରାମ ମହାରଣା ଯୋଗଦେଇ, ସାହିତ୍ୟିକ ମାନେ ମାଟି ମନସ୍କ ହେଲେ ଭାରତୀୟ ସଂସ୍କୃତିର ବିକାଶ ଘଟିବା ସହିତ ଆଧୁନିକ ଯୁବପିଢିଙ୍କ ମାନସିକତାରେ ପରିବର୍ତ୍ତନ ଆସିବ ବୋଲି ମତବ୍ୟକ୍ତ କରିଥିଲେ।ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠ ପରେ ଚଳିତ ବର୍ଷ ଯୁକ୍ତ ଦୁଇ ପରିକ୍ଷାରେ ୫୫୦ନମ୍ବର ରଖି କ୍ରୁ୍ୂତିତ୍ବ ଅର୍ଜନ କରିଥିବା ୧୧ଜଣ ଛାତ୍ରୀ ମୀରାଗୌଡ, ରୁଦ୍ରାକ୍ଷୀ ପ୍ରଧାନ, ସନ୍ଧ୍ଯା ରାଣୀ ସାହୁ, ସ୍ମୁତିରାଣୀ ଗୌଡ, ମୋନାଲିସା ଗୌଡ, ନନ୍ଦିନୀ ମହାରଣା, ରିଙ୍କି ମହାରଣା, ରଶ୍ମିତା ପଟ୍ଟନାୟକ, ସର୍ବାଣୀ ମହାରଣାଙ୍କୁ ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରି “ଘୁମୁସର ର ସ୍ବର” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ଶେଷରେ ପୋଲସରାର ପ୍ରଦିପ୍ତ କୁମାର ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।