ଚୌଦ୍ଵାର ମୁଣ୍ଡମାଳ ଗଉଡ଼ ସାହି ଯୁବକ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ର ସର୍ବତ ବଣ୍ଟନ କାର୍ଯ୍ୟକ୍ରମ -:

ଚୌଦ୍ୱାର (ଶିବବ୍ରତ ଦାସ ) ଚର୍ଚ୍ଚାରେ ଚୌଦ୍ଵାର ମୁଣ୍ଡମାଳ ସ୍ଥିତ ଗଉଡ଼ ସାହି। ଗଉଡ଼ ସାହି ଯୁବକ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସର୍ବତ ବଣ୍ଟନକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲିଟିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଚୌଦ୍ଵାର ମୁଣ୍ଡମାଳ ଗ୍ରାମ ଗଉଡ଼ ସାହି ଯୁବକ ମାନଙ୍କ ଦ୍ୱାରା ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି ଯୁବକ ମାନଙ୍କର ପ୍ରତ୍ୟେକ ଦିନ ଏହି ସେବା କରିବା ପାଇଁ ବହୁତ୍ ଇଚ୍ଛା ଥିବା ସତ୍ତ୍ୱେ ନିଜ ନିଜର କାର୍ଯ୍ୟ ବ୍ୟସ୍ତତା ହେତୁ ସେବା କାର୍ଯ୍ୟ କରି ପାରୁନାହାନ୍ତି,ମାତ୍ର ଯୁବକ ମାନଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସମୟ, ପ୍ରତ୍ୟେକ ରବିବାର କିଛି ନିଆରା ରୂପେ ମୁଣ୍ଡମାଳ ଛକ ରେ ସେବା କାର୍ଯ୍ୟ କରି ଆସୁଛନ୍ତି, କେତେବେଳେ ଦହି ସର୍ବତ ତ କେତେବଳେ ନଣ୍ଡା ବଗୁଲି ସର୍ବତ। ଯୁବକ ମାନଙ୍କ ଏହି ନିଆରା ପ୍ରୟାସକୁ ଦେଖି ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ରାସ୍ତା ରେ ଯାଉଥିବା ପଥଚାରୀ ହୁଅନ୍ତୁ ବା ଯାନବାହାନ ରେ ଯିବା ଆସିବା ହେଉଥିବା ଯାତ୍ରୀ ସମସ୍ତ ଙ୍କ ପାଖକୁ ସର୍ବତ ନେଇ ପହଞ୍ଚି ଯାଉଛନ୍ତି ଯୁବକ ମାନେ। ଯୁବକ ମାନଙ୍କ ଏହିଭଳି ନିଃସ୍ଵାର୍ଥ ସେବା ଦେଖି ଯାତ୍ରୀ ମାନଙ୍କ ଠାରୁ ଢେର୍ ସାରା ଆଶୀର୍ବାଦ ସାଉଣ୍ଟିଛନ୍ତି। ବିଭିନ୍ନ ପ୍ରକାର ର ସର୍ବତ ବଣ୍ଟନ କୁ ନେଇ ଚର୍ଚ୍ଚା ରେ ଚୌଦ୍ଵାର ମୁଣ୍ଡମାଳ ସ୍ଥିତ ଗଉଡ଼ ସାହି। ଏହି କାର୍ଯ୍ୟକ୍ରମ ଗ୍ରୀଷ୍ମ ପ୍ରବାହ ନକମିବା ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି.