କୋରାପୁଟ ର ୭ଖେଳାଳି ଜାତୀୟ ପ୍ରତିଯୋଗିତାପାଇଁ ମନୋନୀତ

କୋରାପୁଟ ୦୧/୦୬ (ପ୍ରଭାତ କୁମାର ସୁତାର, ଓଡିଶା ଟୁଡେ)
କୋରାପୁଟର ଉତ୍କଳ କରାଟେ ସ୍କୁଲର ୭ ଜଣ ଖେଳାଳି ଦେହରାଡୁନରେ ୫ମ KIO ଜାତୀୟ କରାଟେ ଚାମ୍ପିଅନସିପରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ
ଉତ୍କଳ କରାଟେ ସ୍କୁଲ ସେମିଳିଗୁଡା କୋରାପୁଟର୭ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ଓଡ଼ିଶା ଷ୍ଟେଟ କରାଟେ ଡୁ ଆସୋସିଏସନ ତରଫରୁ 5ମ KIO ଜାତୀୟ କରାଟେ ଚାମ୍ପିଅନସିପ ୨୦୨୬ରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି।
କରାଟେ ଇଣ୍ଡିଆ ଅର୍ଗାନାଇଜେସନ ତରଫରୁ ଦେହରାଡୁନ, ଉତ୍ତରାଖଣ୍ଡ ଠାରେ ଆୟୋଜିତ କରାଯାଇଛି ତାହା ୩ ଜୁନରୁ ୭ ଜୁନ ୨୦୨୬ ଯାଏ ଅନୁଷ୍ଠିତ ହେବ ।

ମନୋନୀତ ଦଳ ଗୁଡିକ ସମସ୍ତେ ରାଜ୍ୟ ସ୍ତରୀୟ ସ୍ୱର୍ଣ ପଦକ ବିଜେତା
ଏହି ୭ ଜଣ ଖେଳାଳି ୨୪ରୁ ୨୬ ଏପ୍ରିଲ ୨୦୨୬ରେ ଉତ୍କଳ କରାଟେ ସ୍କୁଲ, ଭୁବନେଶ୍ୱରରେ ଅନୁଷ୍ଠିତ ୩୭ତମ କ୍ୟାଡେଟ୍ ଓ ଜୁନିଅର ଏବଂ ୩୮ତମ ସବ୍-ଜୁନିଅର ରାଜ୍ୟ କରାଟେ ଚାମ୍ପିଅନସିପରେ ସ୍ୱର୍ଣ ପଦକ ହାସଲ କରିଥିଲେ। ସେମାନେହେଲେ

ରୁଦ୍ରାଂଶ କୁମାର ସାମଲ
,ଆକାଂକ୍ଷା ମହାନ୍ତି,
ସିବାର୍ପିତ ଚନ୍ଦନ ସ୍ୱାଇଁ,
ତପସ୍ୱିନୀ ନାୟକ,
ତୃପ୍ତି ରାଣୀ ମହାନ୍ତି,ଏଞ୍ଜେଲ ଅଭିଷିକ୍ତା ମିନିଆକାଓ
ଅଂଶୁମାନ ରାଉତ
ଏହି ଜାତୀୟ ଚାମ୍ପିଅନସିପ ପାଇଁ ରାଜେନ୍ଦ୍ର କେଶରୀ ସାମଲଙ୍କୁ ଓଡ଼ିଶା ରାଜ୍ୟ ଦଳର ପ୍ରଶିକ୍ଷକଭାବେ ମନୋନୀତ କରାଯାଇଛି।

ଓଡ଼ିଶା ଦଳ ୧ ଜୁନ ୨୦୨୬ରେ ଜାତୀୟ ଚାମ୍ପିଅନସିପ ପାଇଁ ଦେହରାଡୁନ ଅଭିମୁଖେ ଯାତ୍ରା କରିବେ।

ଏହିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ଡା. ଗୌରୀ ମହାନ୍ତି(ସମ୍ପାଦିକା, ଓଡ଼ିଶା ଷ୍ଟେଟ କରାଟେ ଡୁ ଆସୋସିଏସନ )
ଡା. ହରି ପ୍ରସାଦ ପଟ୍ଟନାୟକ( ସଭାପତି, ଓଡ଼ିଶା ଷ୍ଟେଟ କରାଟେ ଡୁ ଆସୋସିଏସନ )
ଦୁର୍ଗା ପ୍ରସାଦ ରଥ(ସମ୍ପାଦକ, କୋରାପୁଟ ଜିଲ୍ଲା କରାଟେ ଆସୋସିଏସନ )
ମନୋଜ ପଟ୍ଟନାୟକ(ସଭାପତି, ଉତ୍କଳ କରାଟେ ସ୍କୁଲ, ସେମିଳିଗୁଡା
ଆସୋସିଏସନ ଏବଂ ଉତ୍କଳ କରାଟେ ସ୍କୁଲ )ଆଶା ପ୍ରକାଶ କରିଛନ୍ତି ଯେ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି ଓଡ଼ିଶା ପାଇଁ ଗୌରବ ଆଣିବେ।