
ଭଞ୍ଜନଗର ୦୨/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର କୁଲାଡକୁ ଭକ୍ତିମୟ ଓ ସାଂସ୍କୃତିକ ଜାଗରଣ ସହିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଅଭଡା ଅନ୍ନ ମହାପ୍ରସାଦ ଚଳିତ ରଥ ଯାତ୍ରାରୁ ଆରମ୍ଭ କରିବା ନିମିତ୍ତ ସମାଜସେବୀ ଶ୍ରୀ ଅବନୀ କୁମାର ପତିଙ୍କ ନେତୃତ୍ବରେ ମନ୍ଦିର କମିଟି ସମ୍ପାଦକ ସଞ୍ଜୟ ପ୍ରଧାନ, ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ଅବସର ସୈନିକ ସଂଘ ସଭାପତି ତ୍ରିନାଥ ଗୌଡ ଓ ରଙ୍ଗଣୀ ସମାଜ ସଭାପତି ସିମାଞ୍ଚଳ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇବା ସହ ମନ୍ଦିର ଆଗରେ ଥିବା ପନିପରିବା ଦୋକାନୀ ଆବର୍ଜନା ର ପରିଚାଳନା, ଛକରେ ଯିବାରାସ୍ତାରେ ଅସ୍ଥାୟୀ ବେରିକୋଟ କରି ମନ୍ଦିରପାଖକୁ ଯାନବାହନ ନିଷେଧ ଓ ବଡଦାଣ୍ଡରେ ରହଣୀ, ଡ଼ିଜେ ଓ ସାଉଣ୍ଡ ମାଇକ ଶବ୍ଦଯନ୍ତ୍ର ନିଷେଧ, ବିମଳା ମନ୍ଦିର ଓ ବୈକୁଣ୍ଠ ମନ୍ଦିର ନିର୍ମାଣ, ଚନ୍ଦନ ଯାତ୍ରାରେ ମହାପ୍ରଭୁ ବଡବନ୍ଧ (ପୋଖରୀ) ଯିବା ରାସ୍ତାରେ ଖୋଲିବା ଓ ସର୍ବସାଧାରଣ ସୁଲଭ ଶୌଚାଳୟ ନିର୍ମାଣ କରିବା ଅଭିଯୋଗ ପତ୍ର ଦେଇଥିଲେ ଯାହାକୁ ଗମ୍ଭୀର ଆକାରରେ ଗୁରୁତ୍ଵ ନେଇ ଜିଲ୍ଲାପାଳ ଶ୍ରୀ ଭି କୀର୍ତ୍ତିଭାସନ ଡିମାର୍କେସନ ଓ ଉଛେଦ କରିବା ପାଇଁ ଭଞ୍ଜନଗର ତହସିଲଦାରଙ୍କୁ ଆଦେଶ ଦେବା ସହିତ ସମସ୍ତ ଦାବୀ ପୂରଣ କରାଯିବା ପାଇଁ ଉପଜିଲ୍ଲାପାଳଙ୍କୁ ଦାୟିତ୍ଵ ଦେଇଛନ୍ତି I ଘୁମୁସର ଗଡ଼ କୁଲାଡ ଏକ ପର୍ଯ୍ୟଟନ କେନ୍ଦ୍ର, ଭଞ୍ଜଭୂମି ଓ ମାବାଗଦେବୀଙ୍କ ସାଧନା ପୀଠ କୁ ଦୈନନ୍ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ବହୁଳ ମାତ୍ରାରେ ଦର୍ଶକ, ମାନସିକ ଧାରୀ,ଭକ୍ତ ଓ ପର୍ଯ୍ୟଟକ ପରିଭ୍ରମଣ କରିବାକୁ ଛୁଅ ଛୁଟିଥାଏ ଦୁଖର ବିଷୟ ଏଠାରେ ପ୍ରତିଦିନ ମହାପ୍ରସାଦ ମିଳୁନଥିଲା ଓ ଯାତ୍ରୀ ବିଶ୍ରାମ ଗାରା ଓ ସର୍ବସାଧାରଣ ସୁଲଭ ଶୌଚାଳୟ ନଥିବା ହେତୁ ତୀର୍ଥଯାତ୍ରୀଙ୍କ ଶୌଚ ଓ ପରିମଳ ଜନିତ ସମସ୍ୟା ଦେଖା ଯାଏ ଏ ସବୁ ନିର୍ମାଣ କରିବା ହେଲେ ଆମ ଘୁମୁସର ରାଜ୍ୟରେ ଏକ ଦିତୀୟ ଶ୍ରୀକ୍ଷେତ୍ର ଗୌରବର ଉଦ୍ଧାହରଣ ହେବ ବୋଲି ବହୁ ବୁଦ୍ଧିଜୀବି ମତ ରଖିଛନ୍ତି I