ଚୌଦ୍ୱାରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଚୌଦ୍ୱାର (ଶିବବ୍ରତ ଦାସ )ଦିନକୁ ଦିନ ରକ୍ତର ସଙ୍କଟ ଦେଖିବାକୁ ମିଳୁଥିବେଳେ ଏହାକୁ ଦୃଷ୍ଟିରେ ରଖି ଟେଟ୍ରାହେଡ୍ରେନ ଗୃପ ଅଫ ଇନଷ୍ଟିଚ୍ୟୁଟ ର ଅଧ୍ୟକ୍ଷ ତ୍ରିଦେବ ବେହେରା ଓ ତାଙ୍କ ସହ ଧର୍ମିଣୀ ସସ୍ମିତା ପଟ୍ଟନାୟକ ଏହି ସଙ୍କଟକୁ ଦୁରେଇବା ପାଇଁ ତାଙ୍କର ପ୍ରୟାସ ଜାରିରଖିଛନ୍ତି l ଏହି ପରିପେକ୍ଷୀରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ କହେଁଇପୁର ପଂଚାୟତ କହେଁଇପୁର କଲ୍ୟାଣ ମଣ୍ଡପରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଶିବିରରେ କଟକ ରେଡ଼କ୍ରସ ପକ୍ଷରୁ ଅଭିଜ୍ଞ ଡାକ୍ତର ଯୋଗଦେଇ 75 ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ଏହି ଶିବିରରେ ପଂଚାୟତର ମହିଳା, ପୁରୁଷ ସ୍ୱଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ l ଭଗତପୁର ମା ଦୁର୍ଗା ନାଟ୍ୟ କଳା ପରିଷଦ ଯୁବକମାନେ ଶିବିରକୁ ପରିଚାଳନା କରିଥିଲେ l ଆଗାମୀ ଦିନରେ ଏହି ପକ୍ରିୟା ଆହୁରି ଅଧିକରୁ ଅଧିକ ଜାରିରହିବ ବୋଲି ସସ୍ମିତା ପଟ୍ଟନାୟକ ପ୍ରକାଶ କରିଥିଲେ l