ଘରକୁ ଯାଇ ଏକ୍ସରେ ସେବା; ଦିବ୍ୟାଙ୍ଗ, ଗରିବ ଓ ପଶୁଜନ୍ତ ଙ୍କୁ ସମ୍ପୂର୍ଣ ମାଗଣା

ଭଞ୍ଜନଗର ୦୫/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ସହର ରେ ପ୍ରଥମ ଏବଂ ଏକମାତ୍ର ଅନୁଷ୍ଠାନ ଭାବେ ଡୋର ଷ୍ଟେପ ଡିଜିଟାଲ ଏକ୍ସ -ରେ ସେବା ଆରମ୍ଭ କଲା ଚିନ୍ମୟୀ ଡିଜିଟାଲ ଏକ୍ସ -ରେ l
ଏବେ ଆଉ ଏକ୍ସ -ରେ କରିବା ପାଇଁ ଆହତ ରୋଗୀ କିମ୍ବା ଦୁର୍ଘଟଣା ରେ ଆହତ ଗୋମାତା, ଜୀବ ଜନ୍ତୁ ମାନ ଙ୍କୁ ଏକ୍ସ -ରେ ସେଣ୍ଟର କୁ ନେବା ପାଇଁ ପଡିବ ନାହିଁ l
ଗୋଟିଏ ଫୋନ କଲ ରେ ଆବଶ୍ୟକୀୟ ସରଞ୍ଜାମ ନେଇ ରୋଗୀ ଙ୍କ ନିକଟ ରେ ପହଂଚି ଯିବେ ଭଞ୍ଜନଗର ମେଡିକାଲ ସାମ୍ନା ରେ ଥିବା ଚିନ୍ମୟୀ ଡିଜିଟାଲ ଏକ୍ସ -ରେ ର ରେଡ଼ିଓଗ୍ରାଫର ଓ କର୍ମଚାରୀ l

ଆଜି ର ଏହି ଉଦ୍ଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷକ ଡ଼ଃ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ମହୋଦୟ ଏବଂ ଅନ୍ୟ ଅତିଥି ମାନ ଙ୍କ ମଧ୍ୟ ରେ ସେକ୍ସନ ଅଫିସର ଚିତ୍ତରଞ୍ଜନ ମଲ୍ଲିକ, ହସ୍ପିଟାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ,ଅବସର ପ୍ରାପ୍ତ ନର୍ସିଂ ଅଫିସର ତଥା ସମାଜସେବୀକା ପୁଷ୍ପା ରାଣୀ ଦତ୍ତ,ଡ଼ଃ ପ୍ରମୋଦ କୁମାର ଗୌଡ଼, ଡ଼ଃ ନାରାୟଣ କାଣ୍ଡି, ଏବଂ ଚିନ୍ମୟୀ ଡିଜିଟାଲ ଏକ୍ସ -ରେ ର ଓନୋର ଶ୍ରୀମତୀ ରୂପଶ୍ରୀ ବେହେରା, ରେଡ଼ିଓଗ୍ରାଫର ଶ୍ରୀ ଚିନ୍ମୟ ଦଳାଇ, ପରିଚାଳକ ଶ୍ରୀ ପ୍ରଭାକର ନାୟକ ଏବଂ କୋଷାଧ୍ୟକ୍ଷl ସୁଶ୍ରୀ ପାୟଲ ଗୌଡ଼ l
ଉଦଘାଟନ ପରେ କିଛି ବୃଦ୍ଧ ମା ବାପା ଙ୍କୁ ମାଗଣା ରେ ଏକ୍ସ -ରେ ସେବା ମଧ୍ୟ ଯୋଗାଇ ଦିଆ ଯାଇଥିଲା l

ଚିନ୍ମୟୀ ଡିଜିଟାଲ ଏକ୍ସ -ରେ ମୂଳଦୁଆ ପକାଇ ଥିବା ଅବସର ପ୍ରାପ୍ତ ନର୍ସିଂ ଅଫିସର ତଥା ସମାଜ ସେବିକା ଶ୍ରୀମତୀ ପୁଷ୍ପା ରାଣୀ ଦତ୍ତ ଙ୍କ କହିବା ମୁତାବକ ଆଜି ଠାରୁ ଦିବ୍ୟାଙ୍ଗ ଭାଇ ଭଉଣୀ , ଭାରତୀୟ ସେନା କର୍ମଚାରୀ ଏବଂ ଆହତ ଗୋମାତା, ଜୀବଜନ୍ତୁ ମାନ ଙ୍କୁ ମାଗଣା ରେ ଏକ୍ସ -ରେ ସେବା ଯୋଗାଇ ଦିଆଯିବ l