ବାଲିପଦର ସରକାରୀ ହାଇସ୍କୁଲର ନୂତନ ପ୍ରଧାନଶିକ୍ଷକ ଭାବେ ପ୍ରଶାନ୍ତ କୁମାର ଗୌଡ଼ଙ୍କୁ ନିଯୁକ୍ତି

ବାଲିପଦର:-୦୮/୦୬ ( ଵି. ପ୍ରକାଶଚନ୍ଦ୍ର ପାତ୍ର ) ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ କେକେତ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକ ନିଯୁକ୍ତି ଦିଆ ଯାଇଥିବା ବେଳେ ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ସରକରୀ ଉଚ୍ଚ ବିଦ୍ୟାଳୟରେ ବୁଗୁଡ଼ା ପିପୁଲସ୍ ହାଇସ୍କୁଲରେ ପ୍ରମୋସନ ପାଇ ପ୍ରଧାନ ଶିକ୍ଷକ କେଡେର ହୋଇଥିବା ପ୍ରଶାନ୍ତ କୁମାର ଗୌଡ଼ଙ୍କୁ ବାଲିପଦର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଦିଆ ଯାଇଛି। ନୂତନ ପ୍ରଧାନ ଶିକ୍ଷକ ଶ୍ରୀ ଗୌଡ଼ଙ୍କୁ ବାଲିପଦର ଅଞ୍ଚଳର ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ପକ୍ଷରୁ ପୁଷ୍ପ ଗୁଛ ପ୍ରଦାନ କରି ସ୍ବାଗତ କରା ଯାଇଛି।