ଦୁଇ ବର୍ଷର ବିକାଶ ଗାଥା ଶୁଣାଇଲେ ମନ୍ତ୍ରୀ- କୋରାପୁଟର ଅଗ୍ରଗତିର ନୂଆ କାହାଣୀ

କୋରାପୁଟ ୧୩.୦୬ (ପ୍ରଭାତ କୁମାର ସୁତାର, ଓଡିଶା ଟୁଡ଼େ )ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରେ ଆଜି କୋରାପୁଟ ସର୍କିଟ୍ ହାଉସ୍‌ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗର ରାଷ୍ଟ୍ର ମନ୍ତ୍ରୀ ମାନ୍ୟବର ଶ୍ରୀ ଗୋକୁଳାନ୍ଦ ମଲ୍ଲିକ ଗତ ଦୁଇ ବର୍ଷରେ କୋରାପୁଟର ହୋଇଥିବା ବ୍ୟାପକ ବିକାଶର ହିସାବ ଉପସ୍ଥାପନ କରିଥିଲେ। ସଡ଼କ ଯୋଗାଯୋଗରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜୀବିକା ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରେ କୋରାପୁଟ କେମିତି ନୂଆ ଉଚ୍ଚତା ଛୁଇଁଛି ସେ ସମ୍ପର୍କରେ ସେ ବିସ୍ତୃତ ଆଲୋକପାତ କରିଥିଲେ।

ସମ୍ମିଳନୀରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।