ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ, ୩ ଆହତ ମେଡିକାଲରେ ଭର୍ତ୍ତି

ଭଞ୍ଜନଗର ୧୪/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର ସଂନ୍ଧ୍ୟାରେ ଏକ ବୁଲେଟ ଗାଡି ଚାଳକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲେ। ଫଳରେ ଗାଡ଼ିର ଚାଳକ ସମେତ ୩ ଜଣ ଆହତ ହୋଇଛନ୍ତି । ଆହତମାନକୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ୩ ଜଣ ହେଲେ କଇଣ୍ଡିର ଲିପି ନାୟକ, ବାବୁଲା ନାୟକ ଓ ରାହୁଲ ନାୟକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।