ରଜ ଉତ୍ସବରେ ଜନ୍ମମାଟିରେ ସମ୍ବର୍ଦ୍ଧନା ପାଇଲେ ପ୍ରଶାସନିକ ସେବା ପରୀକ୍ଷାରେ କୃତି ଛାତ୍ରୀ କସ୍ତୁରୀ ।

ବୁଗୁଡ଼ା ୧୭/୦୬(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି. କରଡ଼ାବାଡି ରେ ଛୋଟ ମୋର ଗାଁ ଟି ନା ତାର ବି. କରଡ଼ାବାଡ଼ିରେ ରଜ ମହୋତ୍ସବ ୩ ଦିନ ଧରି ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ସତ୍ୟନାରାୟଣଙ୍କ ପ୍ରଚେଷ୍ଟାରେ ରଜ ପର୍ବ ଅବସରରେ ପ୍ରଥମ ଥର ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ୍ ଧୂମଧାମରେ ଗ୍ରାମରେ ଆୟୋଜିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର କଳା ଓ ସଂସ୍କୃତିକୁ ଆଗକୁ ଆଣିବା ପାଇଁ ଏହି ଅବସରରେ ପ୍ରୟାସ କରାଯାଇଥିଲା । ବି.କରଡ଼ାବାଡି ଗ୍ରାମର କୁନିକୁନି ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଗାଁର ପ୍ରତିଭା ମାନଙ୍କୁ ସୁଯୋଗ ଦେବା ଏବଂ ପ୍ରତିଭା ଚୟନ କରିବା ନିମନ୍ତେ ଏହିଭଳି ଏକ ଉତ୍ସବ ଆୟୋଜିତ କରାଯାଇଛି । ସ୍ଥାନୀୟ ସରପଞ୍ଚ ଚାନ୍ଦିନୀ ଆଚାରୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଗୋପାଳ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଓଡିଶା ପ୍ରଶାସନିକ ସେବାରେ କୃତି ଛାତ୍ରୀ କସ୍ତୁରୀ ଆଚାରୀ, ଜିଲ୍ଲା ପରିଷଦ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ସ୍ଥାନୀୟ ସମିତିସଭ୍ୟା ପ୍ରିୟଙ୍କା ସେଠୀ, ସମାଜସେବୀ ଡ଼ି.ସତ୍ୟନାରାୟଣ ଆଚାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ଓଏଏସ୍ ପରୀକ୍ଷାରେ ୩୮ ରେଙ୍କ ରଖି କୃତକାର୍ଯ୍ୟ କରିଥିବା ଗାଁ ଝିଅ କସ୍ତୁରୀ ଆଚାରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ।