
ଭଞ୍ଜନଗର,୧୭/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ମୁନସିପାଲିଟି ପକ୍ଷରୁ ସହରର ଉନ୍ନତି ପାଇଁ ବହୁ ପଦକ୍ଷେପ ନିଆଯାଉଛି। ତଥାପି ଜନସାଧାଣଙ୍କ ଯଦି ଏଥିରେ ଭାଗିଦାରୀ ନରୁହେ ତେବେ ସରକାରଙ୍କ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ସଫଳ ହେବା ସମ୍ଭବ ହୋଇ ପାରିବ ନାହିଁ ବୋଲି ଭଞ୍ଜନଗର ମୁନସିପାଲିଟି କାର୍ଯ୍ୟାଳୟ ପରିସରରେ ଆୟୋଜିତ ‘ସହରାଞ୍ଚଳ ଜନସଂର୍ପକ’ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ସହରାଞ୍ଚଳ ପରିମଳ ଠାରୁ ଆରମ୍ଭ କରି,ଭିତ୍ତିଭୂମୀ,ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସେବା ଆଦି କ୍ଷେତ୍ରରେ ମୁନସିପାଲିଟି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂର୍ପକରେ ଅବଗତ କରାଯାଇଥିଲା। କାର୍ଯ୍ୟ ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ,ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ,ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଅବସରପ୍ରାପ୍ତ ସେନା ଅଧିକାରୀ ତ୍ରିନାଥ ଗୌଡ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏଥିରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ଯୋଜନା କିଭଳି କାର୍ଯ୍ୟ କାରୀ କରାଯାଉଛି ସେ ସଂର୍ପକରେ ପୌର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ଆଗାମୀ ଦିନରେ ଲୋହରାଖଣ୍ଡୀ ନଦୀ ସୌନ୍ଦର୍ଯ୍ୟ କରଣ ସାଙ୍ଗକୁ ଗାନ୍ଧୀ କୌଳାସ ପାହାଡର ଉନ୍ନତିକରଣ ଆଦି କରାଯିବାକୁ ଲକ୍ଷ୍ୟ ଥିବା ସୂଚନା ଦେଇଥିଲେ। ଏଥିରେ ପ୍ରାକ୍ତନ ଶିକ୍ଷକ ଅମର ବିଳାଶ ବେହେରା,ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ,ଚିନ୍ମୟ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଡିଏମ୍ଏମ୍ ଏନ୍.ଅରୁଣ କୁମାର ସଂଯୋଜନା କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଇଂ ଦିଲ୍ଲିପ କୁମାର ମିଶ୍ର,ମଙ୍ଗଳ ମୁନି,କର୍ମଚାରୀ ସୁଶାନ୍ତ କୁମାର ମିଶ୍ର,ଅମ୍ରିତା ନାୟକ ପ୍ରମୁଖ ସହଯୋଗ କରିଥିଲେ।