ନବ ନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭଞ୍ଜନଗର :୧୮/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) -ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡlରେ ପଦୋର୍ନ୍ନତି ହୋଇ ନିଯୁକ୍ତି ପାଇଥିବା ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡାଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏଥିରେ ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଦ୍ୟାଳୟର ଅତୀତ ଇତିହାସ ସହ ଅଞ୍ଚଳରେ ରହିଥିବା ସୁନାମ ଉପରେ କହି ଆଗାମୀ ଦିନରେ ବିଦ୍ୟାଳୟର ଗରିମା ଯେପରି ରହିବ ତା ଉପରେ କହିଥିଲେ l ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ନବ ନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ପରେ ତାଙ୍କର ବିଦ୍ୟାଳୟରେ ରହିଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ କହିଥିଲେ l ନବ ନିଯୁକ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପଣ୍ଡା ଆଗାମୀ ଦିନରେ ଶିକ୍ଷାଦାନ, ପରିବେଶ, ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯିବା ସହ ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟକୁ ଏକ ସ୍ୱତନ୍ତ୍ର ସମ୍ମାନ ଓ ଆଦର୍ଶ କରାଯିଵ ବୋଲି କହିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷlକର୍ମଚାରୀ ଉପସ୍ଥିତ ରହିଥିଲେ l