
ବ୍ରହ୍ମପୁର (ଜଗନ୍ନାଥ ସାହୁ) : ଗୋଳନ୍ଥରା ଥାନା ଅନ୍ତର୍ଗତ ଗାନ୍ଧୀ କଲେଜ ହଷ୍ଟେଲର (BCA) ଶେଷ ବର୍ଷର ସ୍ମୃତି ଭେlଳ ନାମକ ଜଣେ ଛାତ୍ରୀ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି l ସ୍ମୃତିଙ୍କୁ ସହପାଠୀ ମାନେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ମୃତିଙ୍କ ପରିବାର ଅଭିଯୋଗ ପ୍ରକାରେ,ସ୍ମୃତି ଜଣେ ବିଶ୍ୱଜିତ ଜେନା ନାମକ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା।ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିବା ସୂଚନା l ତେବେ ପୁଲିସ ତଦନ୍ତ ପରେ ଜଣାପଡ଼ିବ ଆତ୍ମହତ୍ୟା ନା ମୃତ୍ୟୁର ଅନ୍ୟ କିଛି କାରଣ ରହିଛି l