
କୋରାପୁଟ ୨୦ / ୨୬ (ପ୍ରଭାତ କୁମାର ସୁତାର, ଓଡିଶା ଟୁଡ଼େ): ଓଡ଼ିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ସଂସ୍କୃତି ଭବନ, କୋରାପୁଟ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ କୋରାପୁଟ ବିକାଶର ଧାରା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଆଜିର ପ୍ରଥମ ଅଧିବେଶନରେ କୋରାପୁଟ ସହରର ପ୍ରମୁଖ ବୁଦ୍ଧିଜୀବୀ ଜଳଧର ସ୍ୱାଇଁ ବରିଷ୍ଠ ସାମ୍ବାଦିକ ନିରୋଜ ଶତପଥି* ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ପ୍ରତ୍ୟୁଷା ପାତ୍ର କଫି ଉଦ୍ୟୋଗୀ ସୁଜୟ ପ୍ରଧାନ* ଏବଂ ପର୍ଯ୍ୟଟନ ବିକାଶକାରୀ ସୂର୍ଯ୍ୟ ପଟ୍ଟନାୟକ ଯୋଗଦେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ।
ବକ୍ତାମାନେ ଗତ ୨ ବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କଫି ଚାଷ, ପର୍ଯ୍ୟଟନ, ଆଦିବାସୀ କଲ୍ୟାଣ ଓ ଡିଜିଟାଲ ସଂଯୋଗୀକରଣ କ୍ଷେତ୍ରରେ କୋରାପୁଟ ଜିଲ୍ଲାର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ସ୍ଥାନୀୟ ସମ୍ଭାବନାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରକୁ ନେବା, ଯୁବ ଉଦ୍ୟୋଗୀ ସୃଷ୍ଟି ଏବଂ ଜନ ଭାଗିଦାରୀ ଜରିଆରେ ଆକାଂକ୍ଷୀ ଜିଲ୍ଲାରୁ ଅଗ୍ରଣୀ ଜିଲ୍ଲାକୁ ରୂପାନ୍ତର କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହା ସହ ଦ୍ୱିତୀୟ ଅଧିବେଶନରେ *ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ ସମ୍ପର୍କରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉପ – ନିର୍ଦ୍ଧେଷକ, ଯୋଜନା କୋରାପୁଟ, ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ ଚକ୍ରଧର ନାୟକ ଓ ପିରାମଳ ଫାଉଣ୍ଡେସନ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।