
ସୋରଡ଼ା ୨୫/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଧୀନରେ ଥିବା କଳାଖାଡି ଗ୍ରାମରେ ସୋରଡା ଅବକାରୀ ବିଭାଗ ଆତର୍କିତ ଭାବେ ଚଢାଉ କରିଥିଲେ । ୩୮୦୦ ଲିଟର ପୋଚ ନଷ୍ଟ କରାଯିବା ସହ ୨୮୦ ଲିଟର ଦେଶି ମଦ ଓ ଗୋଟିଏ ବାଇକ ଜବତ ହୋଇଛି ଏହା ସହ ଜଣେ ଗିରଫ ହୋଇଛି । ଗିରଫ ଜଣକ ହେଲେ କଳାଖାଡି ଗ୍ରାମର ବିଦ୍ୟାଧର ସ୍ୱାଇଁ । ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ସୋରଡା ଅବକାରୀ ବିଭାଗ ଏକ ଟିମ୍ ଗଠନ କରି କଳାଖାଡି ଗ୍ରାମରେ ଚଢ଼ାଉ କରିଥିଲା । ଗ୍ରାମର ପଛ ପଟେ ପ୍ରସ୍ତୁତ ହେଉଥିବା ୩୮୦୦ ଲିଟର ରନ୍ଧା ପୋଚ୍ ସହ ୨୮୦ ଲିଟର ଦେଶୀ ମଦ କୁ ନଷ୍ଟ କରାଯିବା ସହ ଗ୍ରାମର ଜଣଙ୍କୁ ଗିରଫ କରାଯାଇଛି ଓ ଗୋଟିଏ ଗ୍ଲେମର୍ ବାଇକ୍ ଜବତ ହୋଇଛି ।