
ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର ପୌରପାଳିକାର ଜନସୂଚନା ଅଧିକାରୀ ସୂଚନା ଆଇନୀରେ ତଥ୍ୟ ପ୍ରଦାନ ନ କରିଥିବାରୁ ଓଡିଶା ସୂଚନା କମିଶନଙ୍କ ଦ୍ଵାରା ଜୋରିମାନା ଲାଗୁକରିଛନ୍ତି, ମିଳିଥିବା ସୂଚନା ଅନୁସାରେ ସୂଚନା ଅଧିକାର କର୍ମୀ ମନୋଜ ସାହୁ ଗତ ତା -9/3/23 ରିଖ ଦିନ ଚୌଦ୍ୱାର ପୌରପାଳିକାର ସେ ସମୟର ଜନ ସୂଚନା ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ବେହେରାଙ୍କୁ ଦଶ ନଂ ଓ ଉଣେଇଶ ନଂ ୱାର୍ଡର ହୋଇଥିବା କାର୍ଯ୍ୟ ଉପରେ କିଛି ତଥ୍ୟ ମାଗିଥିଲେ, ମଗାଯାଇଥିବା ତଥ୍ୟ ୱର୍କ୍ସ ବିଭାଗୀୟ ଥିବାରୁ ଏହି ତଥ୍ୟ ପ୍ରଦାନକଲେ ଜଣେ ପାରିଷଦଙ୍କ ସହିତ ଦୁଇ ଯନ୍ତ୍ରୀଙ୍କ ଦୁର୍ନୀତି ଧରାପଡ଼ିଯିବା ଭୟରେ ତଥ୍ୟ ପ୍ରଦାନ କରିନଥିଲେ, ସେଥିପାଇଁ ଶ୍ରୀ ସାହୁ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଧାରା ଅଠର ଆଧାରରେ ଅଭିଯୋଗ କରିଥିଲେ ଯାହାର ନଂ -ସି ସି ନଂ -486/23 ଅଟେ, ଏହି ଅଭିଯୋଗ ଉପରେ ଶୁଣାଣି କରିବା ନିମନ୍ତେ ସୂଚନା କମିଶନ ଦୁଇ ଯନ୍ତ୍ରୀ ଶୁଭଶ୍ରୀ ବେହେରା ଓ ସଞ୍ଜୟ ସାମଲଙ୍କୁ ନୋଟିସ ଜାରିକରି କେଉଁ କାରଣ ପାଇଁ ତଥ୍ୟ ଦେଇନଥିଲ ସେଥିପାଇଁ କାରଣ ଦର୍ଶାଅ ନୋଟିସ ଜାରିକରିଥିଲେ, ଯେହେତୁ ପାରିଷଦ ସହିତ ମିଶି ଦୁର୍ନୀତି କରିଥିଲେ ସେଥିପାଇଁ ସନ୍ତୋଷଜନକ ଉତ୍ତର ଏହି ଦୁଇ ଯନ୍ତ୍ରୀ ଦେଇପାରିନଥିଲେ, ଏହାଦ୍ଵାରା ସୂଚନା କମିଶନ ହୃଦୟଙ୍ଗବ କଲେଜେ ଏହି କାର୍ଯ୍ୟରେ ଦୁର୍ନୀତି କରିଥିବାଯୋଗୁ ଏହି ଦୁଇ ଯନ୍ତ୍ରୀ ତଥ୍ୟ ଦେଉନାହାନ୍ତି, ତେଣୁ କମିଶନ ମନୋଜ ସାହୁଙ୍କ ଅଭିଯୋଗ ଉପରେ ଶୁଣାଣିକରି ସୂଚନା ଆଇନୀର ଧାରା 20(1)ଅନୁଯାଇ ମନ୍ଦ ଉଦେଶ୍ୟ ରଖି ତଥ୍ୟ ପ୍ରଦାନ କରିନଥିବାରୁ ଶ୍ରୀମତୀ ଶୁଭଶ୍ରୀ ବେହେରା ଓ ସଞ୍ଜୟ ସାମଲ (ଏହି ଦୁଇ ଯନ୍ତ୍ରୀ )ଙ୍କ ଉପରେ ଦଶ ଦଶ ହଜାର ଟଙ୍କା ଜୋରିମାନା ଲାଗୁକରିଛନ୍ତି, ନିର୍ଧାରିତ ସମୟ ମଧ୍ୟରେ ଏହି ଚୌଦ୍ୱାର ପୌରପାଳିକାର ଦୁଇ ଯନ୍ତ୍ରୀ ଜୋରିମାନା ଟଙ୍କା ସୂଚନା କମିଶନଙ୍କ କୋୖର୍ଟରେ ଜମାନକଲେ ନିର୍ବାହୀ ଅଧିକାରୀ ସେମାନଙ୍କ ଦରମାରୁ ଟଙ୍କା ନେଇ କମିଶନଙ୍କ ନିକଟରେ ଜମାକରିବାପାଇଁ କମିଶନ ନିର୍ଦେଶ ଦେଇଛନ୍ତି,