ପୌରପାଳିକା ହସ୍ପିଟାଲ ରେ ଅବ୍ୟବସ୍ଥାକୁ ଶୀଘ୍ର ସୁଧାରିବା ପାଇଁ ଚୌଦ୍ୱାର ବିକାଶ ମଞ୍ଚର ଦାବିପତ୍ର ପ୍ରଦାନ

ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର ପୌରପାଳିକା ରେ ସରକାରୀ ତଥ୍ୟ ଅନୁଯାୟୀ 52,000 ଭୋଟର ରହୁଥିବା ବେଳେ ମେଡିକାଲ ତଥ୍ୟ ଅନୁଯାୟୀ 42, 000 ଲୋକ ରହୁଛନ୍ତି. ଏତେ ଲୋକ ଥିବା ସତ୍ୱେ 3/4 ବର୍ଷ ପୂର୍ବରୁ ଭଲ ଡାକ୍ତରଖାନା ଟିଏ ନଥିଲା, କପାଳେଶ୍ବର ଭିତରେ ସାଇ NGO ଦ୍ୱାରା ଚାଲୁଥିବା ଛୋଟ ହସ୍ପିଟାଲ ଯାହାକି ଏକ କ୍ଲିନିକ ଭଳି ଚାଲୁଥିଲା, ପରେ ମୁନିସିପାଲିଟି ନିକଟସ୍ଥ ସ୍ଥାନରେ ଅରବାନ ପବ୍ଲିକ ହେଲଥ ସେଣ୍ଟର (UPHC) ନାଁରେ ନୂଆ ହସ୍ପିଟାଲ ଆରମ୍ଭ ହେଲା, କିନ୍ତୁ ଏହାର ପରିଚାଳନା ସରକାର (ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଓଡିଶା ସରକାର ) ନିଜେ ନକରି ଏକ NGO- Sai) ମାଧ୍ୟମରେ ଏହାକୁ ଚଳାଉଛନ୍ତି. ଉକ୍ତ ସାଇ ଏନଜିଓ ଏହାର ପରିଚାଳନା କରିବା ସହିତ ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ ମାନଙ୍କୁ ନିଯୁକ୍ତି ଦେଉଛନ୍ତି. ବର୍ତମାନ ଉକ୍ତ ହସ୍ପିଟାଲ ଟି କେବଳ ଭଗବାନ ଭରୋସାରେ ଚାଲିବା ଭଳି ସ୍ଥିତି ରେ ଚାଲୁଛି, କାରଣ ଏଥିରେ ଜଣେ MBBS ଡାକ୍ତର ସପ୍ତାହ କୁ 6 ଦିନ ଆସୁଛନ୍ତି ଏବଂ ଅନ୍ୟ ସ୍ପେସିଆଲିଷ୍ଟ କେବଳ ସପ୍ତାହକୁ 3/4 ଥର ଆସୁଛନ୍ତି. ସେଥିରେ ପୁଣି ଯୋଗ, ନ୍ୟୁଟ୍ରିସନ ର ଡାକ୍ତର ଅଛନ୍ତି ଯାହାକି ବିଲକୁଲ ଆବଶ୍ୟକ ନାହିଁ.
ପାରାମେଡିକାଲ ଷ୍ଟାଫ ଙ୍କ ବହୁତ ଅଭାବ ଅଛି. ଅଧିକାଂଶ ସମୟରେ ଫାର୍ମାସିଷ୍ଟ ଉକ୍ତ ହସ୍ପିଟାଲ କୁ ଚଳାଉଛନ୍ତି. ପାଥଲୋଜିକଲ ଟେଷ୍ଟ ପାଇଁ ବ୍ୟବସ୍ଥା ନାହିଁ.
ତେଣୁ ଏଭଳି ଅବ୍ୟବସ୍ଥା କୁ ଦୃଷ୍ଟି ରେ ରଖି ଚୌଦ୍ୱାର ବିକାଶ ମଞ୍ଚ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ , ଜିଲ୍ଲାପାଳ , ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ଦାବିପତ୍ର ଦିଆଯାଇ ନିମ୍ନଲିଖିତ ଦାବି ରଖାଯାଇଛି. ଏହି ଦାବି 4 ସପ୍ତାହ ମଧ୍ୟରେ ପୁରନ ନହେଲେ CDMO ଅଫିସ ଆଗରେ ଧାରଣା ଦିଆଯିବ ବୋଲି କର୍ତୃପକ୍ଷ ଙ୍କୁ ସୂଚେଇ ଦିଆଯାଇଛି. ଏଥି ସହିତ ଗତ 22.06 ରେ ପୋଷ୍ଟାଲ ମାଧ୍ୟମରେ ଉପରୋକ୍ତ ସମସ୍ତ କତୃପକ୍ଷ ଙ୍କୁ ଅବଗତ କରାଯାଇଛି
ଦାବି ଗୁଡିକ ହେଲା -ଜଣେ ନିୟମିତ ମେଡ଼ିସିନ ବିଶେଷଜ୍ଞ, ଜଣେ ସ୍ତ୍ରୀ ରୋଗ ଵିଶେଷଜ୍ଞ, ଜଣେ ଶିଶୁରୋଗ ବିଶେଷଜ୍ଞ,
ଜଣେ ଅସ୍ଥିରୋଗ ବିଶେଷଜ୍ଞ – ସପ୍ତାହକୁ 3/4 ଥର, ଜଣେ ଚର୍ମ ରୋଗ ଵିଶେଷଜ୍ଞ – ସପ୍ତାହକୁ 3/4 ଥର, ଜଣେ ଦନ୍ତ ରୋଗ ବିଶେଷଜ୍ଞ,ପାରାମେଡିକାଲ ଷ୍ଟାଫ ବୃଦ୍ଧି କରିବା ତଥା ପରିଚାଳନା ରୁ ସାଇ NGO କୁ ହଟେଇବା ଏବଂ ସରକାର ନିଜେ ପରିଚାଳନା କରିବା ଆଦି ପ୍ରସ୍ତାବ ଦିଆଯାଇଛି.କର୍ତୃପକ୍ଷ ଯଦି ଆଗାମୀ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆମେ CDMO ଅଫିସ ଆଗରେ ଧାରଣା ରେ ବସିବା ସହିତ ଜିଲ୍ଲାପାଳଙ୍କ ଅଫିସ ଆଗରେ ମଧ୍ୟ ଧାରଣା ଦେବାପାଇଁ ସୂଚନା ଦେଇଛନ୍ତି.