ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

ବୁଗୁଡ଼ା,୦୧/୦୭(ସୋରେନ କୁମାର ପ୍ରଧାନ):ବଢ଼ିଲା ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀଙ୍କ ଅଡୁଆ । କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଗଞ୍ଜାମ ଜିଲ୍ଲାପାଳ, ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତିଭାସନ୍ । ଦୀର୍ଘ ଦେଢ଼ ବର୍ଷ ହେବ ମ୍ୟାଡ଼ାମ ବ୍ଳକ୍ ଆସୁନଥିବା ସହ ବିଡିଓ ସମିତି ବୈଠକ ପାଇଁ ବାରମ୍ବାର ନୋଟିସ କଲେ ମଧ୍ୟ ଏହାକୁ ଭୃକ୍ଷେପ ନ କରିବା, ବିଭିନ୍ନ ପ୍ରକଳ୍ପର ବିଲ୍ କରାଇବା ପାଇଁ ଡିଜିଟାଲ ସିଗ୍ନେଚର ବା DSC ପ୍ରଦାନ ନକରିବା, ବ୍ଲକର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ବାଧା ଦେଇ ଆସୁଥିଲେ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ । ଯାହାକୁ ନେଇ ଉପାଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଚିଠି ଲେଖି ଅଭିଯୋଗ କରିଥିଲା । ଆଜି ଏନେଇ ଜିଲ୍ଲାପାଳ ଅଧ୍ୟକ୍ଷାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ୭ଦିନ ଭିତରେ ନୋଟିସ ଜବାବ ନରଖିଲେ ପଞ୍ଚାୟତ ମାନୁଆଲ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି ।ଏବଂ ପଡିରହିଥିବା ବିଭିନ୍ନ ପ୍ରକଳ୍ପର ବିଲ୍ ରେ ଦସ୍ତଖତ ପାଇଁ ଉପଜିଲ୍ଲାପାଳ ଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।