ଟ୍ରଲି ବ୍ୟାଗରେ ଗଞ୍ଜେଇ ଚାଲାଣ ୩୨ କେଜି ଗଞ୍ଜେଇ ସହ ୨ ଗିରଫ

ଭଞ୍ଜନଗର: ୦୩/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ ବ୍ୟାଗରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ଉଦୟଗିରି ଥାନା ଇଲାକାର ଜୁନେସ ଦିଗାଲ ଓ ରାଇକିଆ ଥାନା ଇଲାକାର ପ୍ରଭାକର ଦିଗାଲ। ପୁଲିସ ସେମାନଙ୍କ ନିକଟରୁ ୩୨.୨୦୦ କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ମୋବାଇଲ,୨ ହଜାର ଟଙ୍କା ଜବତ କରିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଏନେଇ କେସ ନମ୍ୱର୍ ୬୩୭ ରେ ଏକ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ ଏସଆଇ ସମୀର କୁମାର ସେଠୀ ଦଦରଲୁଣ୍ଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଦୁଇଜଣ ବ୍ୟକ୍ତି ଟ୍ରଲି ବ୍ୟାଗ୍ ଧରି ଦଦରଲୁଣ୍ଡା ବସଷ୍ଟପ ଠାରେ ଠିଆ ହୋଇଥିଲେ। ସେମାନଙ୍କ ଯାଞ୍ଚ କରିବା ସମୟରେ ସେମାନେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣଙ୍କୁ ପୁଲିସ କାବୁ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରିବା ସମୟରେ ଗଞ୍ଜେଇ ମିଳିଥିବା ଥାନା ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି।