
କୋରାପୁଟ ୦୪/୦୭ (ପ୍ରଭାତ କୁମାର ସୁତାର, ଓଡିଶା ଟୁଡ଼େ) କୋରାପୁଟ ଜିଲ୍ଲା ସୁନାବେଡା ମ୍ୟୁନିସିପାଲିଟି ଅଧୀନ ଏନଏଚ୍–୨୬ ପାର୍ଶ୍ୱରେ ଥିବା ରିଲାଏନ୍ସ ମହଲ୍ ସେମିଲିଗୁଡା ଠାରେ ରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କୁ ବିନାକାରଣରେ ନିଲମ୍ବନ କରାଯାଇଥିବା ଅଭିଯୋଗକୁ ନେଇ ଦୁଇ ଦିନ ଧରି ଶତାଧିକ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ବିନା କାରଣରେ ନିଲମ୍ବିତ କର୍ମଚାରୀଙ୍କ ସମର୍ଥନରେ ଅନ୍ୟ କର୍ମଚାରୀମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।ଅଭିଯୋଗ ଅନୁଯାୟୀ, ପୂର୍ବରୁ କର୍ମଚାରି ମାନେ ଗୋଟାଏ ଡେଲିଭେରି ପାଇଁ ୬୦ରୁ ୭୦ ଟଙ୍କା ପର୍ଯ୍ୟନ୍ତ ପରିଶ୍ରମିକ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ତୈଳ ଦର ବୃଦ୍ଧି ପାଇଥିଲେ ମଧ୍ୟ ଡେଲିଭେରି ଚାର୍ଜ କମାଇ ୨୦ରୁ ୨୫ ଟଙ୍କା କରାଯାଇଥିବାରୁ ଡେଲିଭେରି କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଉଚିତ ପରିଶ୍ରମିକ ମଧ୍ୟ ପ୍ରଦାନ କରାଯାଉନାହିଁ। ଦୁଇ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାର, ଡେଲିଭେରି ଚାର୍ଜ ବୃଦ୍ଧି ସମେତ ବିଭିନ୍ନ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏହି ଘଟଣା ସମ୍ପର୍କରେ ରିଲାଏନ୍ସ ମହଲ୍ର ମ୍ୟାନେଜରଙ୍କ ପ୍ରତିକ୍ରିୟା ନେବାକୁ ପ୍ରୟାସ କରିଥିଲୁ କିନ୍ତୁ ସେ ପ୍ରତିକ୍ରିୟା ନ ଦେଇ ଆଡେଇ ଦେଇ ଚାଲିଯାଇ ଥିଲେ। ଏହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସମାଧାନ ନ ହେଲେ ଅନିର୍ଦ୍ଧିଷ୍ଟ ଧାରଣା ରେ ବସିବେ ବୋଲି ଡେଲିଭେରୀ ବୟ ମାନେ କହିଛନ୍ତି। ଦୋକାନ ବନ୍ଦରେ ଗ୍ରାହକ ଅସନ୍ତୋଷ ପ୍ରକାଶ କରି ଫେରି ଯାଉଥିବା ଦେଖିବାକୁ ମିଳିଛି।