
ବାଲିପଦର:-୦୯/୦୭ ( ଵି. ପ୍ରକାଶଚନ୍ଦ୍ର ପାତ୍ର )ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ଖରିଡା ମା’ ସ୍ବପ୍ନଶ୍ବରୀ ଉଚ୍ଚ ବିଦ୍ୟାଳୟ ଠାରେ ୭୭ତମ ବନ ମହୋତ୍ସବ ପାଳନ ହୋଇ ଯାଇଛି। ହାଇସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଦ୍ବାରା ଏକ ସଚେତନତା ରାଲି ଗ୍ରାମ ପରିକ୍ରମା କରି ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଗଛ ଲଗାଇ ଥିଲେ। ଏହି ଅବସରରେ ଅନୁଷ୍ଠିତ “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ପୌରହିତ୍ଯରେ ଏକ ସଭା ଅନୁଷ୍ଠିତ ହୋଇ ଥିଲା ଏଥିରେ ଅତିଥି ଭାବେ ବାଲିପଦର ବନପାଳ ସୁକାନ୍ତ କୁମାର ପଟ୍ଟନାୟକ ଯୋଗଦେଇ “ପରିବେଶ ସୁରକ୍ଷା-ଜୀବନ ରକ୍ଷାର” ବାର୍ତ୍ତା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ରଥ ଧନ୍ଯବାଦ ଅର୍ପଣ କରିଥିଲେ।