ପଦୋନ୍ନତି ପାଇଥିବା ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର ୧୦/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) :-ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ, ଭଞ୍ଜନଗର ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତିଦେବୀଙ୍କ ତତ୍ତ୍ୱlବଧlନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭଞ୍ଜନଗର ବ୍ଲକ ରେ ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପ୍ରଫେସର କୃତ୍ତିବାସ ବିଶ୍ୱାଳ, ମୁଖ୍ୟ ବକ୍ତାଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ,ନୋଡାଲ ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ, ବିଶିଷ୍ଠ ଅତିଥିଭାବେ ରୋଟାରୀୟାନ ରଂଜିତ କୁମାର ବାରିକ, ସହ-ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ,ପ୍ରଧାନଶିକ୍ଷକ ମଦନ ମୋହନ ରଥ, ଶିକ୍ଷକ ନେତା ଜଗବନ୍ଧୁ ଜେନା, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ,ଓଷ୍ଟା ଜିଲ୍ଳା ସଭାପତି ଦିଲ୍ଲୀପ କୁମାର ପ୍ରଧାନ ଯୋଗଦେଇ ନବ ନିଯୁକ୍ତ ପ୍ରଧାନଶିକ୍ଷକ ଙ୍କୁ ଅଙ୍ଗବସ୍ତ୍ର, ଉପହାର ଦେଇ ସମ୍ବର୍ଦ୍ଧନା କରି ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ବକ୍ତବ୍ୟ ରଖିଥିଲେ l ସରକାରଙ୍କ ବିଭିନ୍ନ ଶୈକ୍ଷିକ ଯୋଜନାକୁ ସଫଳ କରାଇ ବିଦ୍ୟାଳୟର ପରିବେଶ, ଶିକ୍ଷାଦାନ, ଗୁଣାତ୍ମକ ଶିକ୍ଷା ଉପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ l ବ୍ଲକରେ ନବନିଯୁକ୍ତ ବାର ଜଣ ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ବିଦ୍ୟାଳୟ ସମୂହ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ବହୁ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ ସହ ପରିଚାଳନା କରିଥିଲେ l ସମାଜସେବୀ ଶୁଳାପାଣି ଶତପଥୀଙ୍କ ତରଫରୁ ପ୍ରତ୍ୟେକ ପ୍ରଧାନଶିକ୍ଷକଙ୍କୁ ଚାରା ପ୍ରଦାନ କରି ତାର ଯତ୍ନ ନେବାପାଇଁ ଅନୁରୋଧ କରିଥିଲେ l କାର୍ଯ୍ୟକ୍ରମରେ ଚାଳିଶିରୁ ଉର୍ଧ୍ଵ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଶେଷରେ ସହ-ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ l