
ଭଞ୍ଜନଗର ୨୦/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଫୁଲବାଣୀ ରାସ୍ତା ମୁଜାଗଡ ଗାଁ ନିକଟ ଜାତୀୟ ରାଜପଥ କଡରୁ ସୋମବାର ଏକ ନବଜାତକ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଶିଶୁ ପୁତ୍ରର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ମୁଜାଗଡ ମେଡିକାଲ ରେ ଭର୍ତ୍ତି କରାଯାଇଛି।ନବଜାତକ ଶିଶୁ ପୁତ୍ରକୁ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଠାରେ ପକାଇଲେ ତାହା ଜଣା ପଡିନାହିଁ।ଅବାଞ୍ଚିତ ମାତୃତ୍ୱ ରୁ କୌଣସି ମହିଳା ଶିଶୁ ପୁତ୍ରକୁ ଜନ୍ମ ଦେଇ ରାସ୍ତା କଡରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି।ଶିଶୁ ପୁତ୍ରର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି।