
ଭଞ୍ଜନଗର ୨୧/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନବିଭାଗ କୁ ମିଳିଛି ବଡ ସଫଳତା l ବିକ୍ରୀ ପାଇଁ ରହିଥିବା ଜୀବନ୍ତ ବଜ୍ରକାପ୍ତା କୁ ଉଧାର କଲା ବନବିଭାଗ l ବିକ୍ରୀ ପାଇଁ ରଖିଥିବା କିରାପଲ୍ଲୀ ଗ୍ରାମର ସନ୍ତୋଷ ଗୌଡ଼ ଙ୍କୁ ଗିରଫ କରିଛି ବନବିଭାଗ l ସୂଚନା ଅନୁସାରେ ବେଲଗୁଣ୍ଠା ଥାନା କିରାପଲ୍ଲୀ ଗ୍ରାମ ଗୋଟିଏ ଘରେ ୭କେଜି ୧୦୦ ଗ୍ରାମ ଓଜନ ୯୫ ସେମି ଲମ୍ବା ବଜ୍ରକାପ୍ତା ବିକ୍ରୀ ପାଇଁ ରହିଥିବା ଖବର ପାଇ ବୁଗୁଡ଼ା ରେଞ୍ଜର ମାନସ କୁମାର ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ଅତର୍କିତ ଚଢାଉ କରିଥିଲେ l ଘଟଣାରେ ବେପାରୀ ସନ୍ତୋଷ ଙ୍କୁ କାବୁ କରିବା ସହ ଜୀବନ୍ତ ବଜ୍ରକାପ୍ତା ଉଧାର କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି l