
ସୋରଡ଼ା ୩୧/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଗୋ ମାଫିଆଙ୍କ ଆତଙ୍କ l ଦିନ ନାହିଁ କି ରାତି କରୁଛନ୍ତି ଗୋ ଚାଲାଣ l କେତେବେଳେ ଚଲେଇ ଚଲେଇ ନେଉଛନ୍ତି ତ କେତେବେଳେ ଗାଡ଼ି ଭିତରେ ଅତି ନିର୍ମମ ଭାବରେ ଓଭରଲୋଡ଼ କରି ନେଉଛନ୍ତି ଗୋ ମାତାଙ୍କୁ l ଏ ସବୁକୁ ଲକ୍ଷ୍ୟ କରି ଅଣ୍ଟା ଭିଡ଼ିଛି ପୋଲିସ ପ୍ରଶାସନ l ଆଉ ଗୋଡେଇ ଗୋଡେଇ ସାବାଡ଼ କରୁଛି ଗୋ ମାଫିଆ ମାନଙ୍କୁ ।
ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳରେ l ଏବେ ଆଉ ଗୋ ମାଫିଆଙ୍କୁ ନିସ୍ତାର ନାହିଁ l ଦିନରାତି ଏକ କରି କଡ଼ା ପେଟ୍ରୋଲିଙ୍ଗ କରୁଛି ବଡ଼ଗଡ଼ ପୋଲିସ l ପୋଲିସକୁ ଡରି ଗଳାବାଟ ଖୋଜି ଗୋ ମାଫିଆ ମାନେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ, ବଡ଼ଗଡ଼ ପୋଲିସ ଗୋଡେଇ ଗୋଡେଇ ଦୁଇ ଦିନରେ ଦୁଇଟି ମ୍ୟାକ୍ସ ପିକଅପ୍ ଗାଡ଼ି ଜବତ କରିଥିଲା ଆଉ ଯୋଉଥିରେ ଥିଲେ ୧୨ ଲେଖାଏଁ ଗୋ ମାତା l ଗୋ ମାତାଙ୍କୁ ଉଦ୍ଧାର କରି ବଡ଼ଗଡ଼ ପୋଲିସ ମଦନ ମୋହନ ଗୋ ଶାଳା ଦିଗପହଣ୍ଡିକୁ ପଠାଇଥିଲା l ଏଥିସହ ଅକ୍ଷୟ ନାୟକ ଓ ସୁଦାମ ଜେନା ନାମକ ଦୁଇ ଗୋ ମାଫିଆଙ୍କୁ ଆରେଷ୍ଟ କରି କୋର୍ଟ ଚାଲାଣ କରିଥିଲା ବଡ଼ଗଡ଼ ପୋଲିସ
ଗୋ ମାଫିଆଙ୍କ ଅତି ଲୋଭ କାରଣରୁ ଗାଡ଼ି ଭିତରେ ଥିବା ୧୨ ଟି ଗାଈ ମଧ୍ୟରୁ ଗୋଟିଏ ଗାଈ ଦଳାଚକଟା ହୋଇ ପ୍ରାଣ ହରାଇଥିଲା l ଆଉ ସେ ଗାଈର ଶବ ବୌବଛେଦ ପରେ ବଡ଼ଗଡ଼ ପୋଲିସ ଗାଈର ଶବଟିକୁ ନେଇ ସତ୍କାର କରିଥିଲା l ବଡ଼ଗଡ଼ ପୋଲିସର ଏଭଳି କାର୍ଯ୍ୟପାଇଁ ଏବେ ଗୋ ମାଫିଆ ମାନେ ଏକ ପ୍ରକାର ସାବାଡ଼ ହୋଇଥିବା ବେଳେ, ପୋଲିସର କାର୍ଯ୍ୟଶୈଳୀ ପାଇଁ ଯୁବ, ଛାତ୍ର, ବରିଷ୍ଠ ସବୁ ମହଲରୁ ବଡ଼ଗଡ଼ ପୋଲିସକୁ ପ୍ରଶଂସା ମିଳୁଛି l