ନୂତନ ଓଆଇସି ଯୋଗଦେବା ପରେ ସକ୍ରିୟ ହେଲା ଅବକାରୀ ବିଭାଗ, ଗୋଟିଏ ଦିନରେ ୫୦ କିଲୋ ଗଞ୍ଜେଇ ସହ କାର ଜବତ ଜଣେ ଗିରଫ, ୨ ବାଇକ ଓ ୧୨୦ ଲିଟର ରନ୍ଧା ମଦ ସହ ୨ ଗିରଫ

ଭଞ୍ଜନଗର ୦୧/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଦୀର୍ଘ ମାସପରେ ପୁଣି ସକ୍ରିୟ ହେଲା ଭଂଜନଗର ଅବକାରୀ ବିଭାଗ । ଗୋଟିଏ ଦିନରେ ୫୦ କିଲୋ ଗଞ୍ଜେଇ ଓ ଦାମୀ କାର ସହିତ ଦୁଇଟି ସ୍ଥାନରୁ ୧୨୦ ଲିଟର ଦେଶୀ ମଦ ଓ ଦୁଇ ବାଇକ ଜବତ କରି ମୋଟ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଭଂଜନଗର ଅବକାରୀ ଥାନା ରେ ଓଆଇସି ଭାବେ ବିଭୁ ପ୍ରସାଦ ସାହୁ ଯୋଗ ଦେବା ପରେ ଚଳଚଞ୍ଚଳ ହୋଇଛି ବିଭାଗ । ଖାରିଗୁଡା ଟୋଲଗେଟ ନିକଟରେ ପେଟ୍ରୋଲିଂ ବେଳେ ଏକ କାର ଦ୍ରୁତ ଗତିରେ ଆସୁଥିବା ଓ ଅବକାରୀ ବିଭାଗ କୁ ଦେଖି ବୁଲାଇ ଚାଲିଯାଉଥିବା ରୁ ସନ୍ଦେହ କରି ଗାଡିକୁ ଗୋଡ଼ାଇ ଧରିଥିଲେ ସେଥିରେ କେବଳ ଡ୍ରାଇଭର ଦୁଇ ବସ୍ତାରେ ୫୦ କିଲୋ ଗଞ୍ଜେଇ ଧରିଥିବା ଉଧାର କରାଯାଇ ଡ୍ରାଇଭର ଯୁବକ ଜଣକ ଜି ଉଦୟଗିରି ର ସୋନୁ କୁମାର ନାୟକ ।
ସେହିପରି ବ୍ରାହ୍ମଣପଦର ଗାଁ ରୁ ବାଇକ ସହ ଜଣେ ବ୍ୟକ୍ତିଙ୍କ ଠାରୁ ୬୦ ଲିଟର ଦେଶୀ ମହୁଲି ମଦ ଓ ଆଉ ଜଣେ ବ୍ୟକ୍ତିଙ୍କ ଠାରୁ ମଧ୍ୟ ୬୦ ଲିଟର ଦେଶୀ ମଦ ଓ ବାଇକ ଜବତ ହୋଇଛି । ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।