
ଚୌଦ୍ବାର (ଶିବବ୍ରତ ଦାସ): ଜଗତପୁର ନିମପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସୋମବାର ‘ଜ୍ଞାନ ବିଜ୍ଞାନ ମେଳା’ ଅନୁଷ୍ଠିତ ହୋଇଯାଇଛି।
ଉଦ୍ଘାଟନ ଉତ୍ସବରେ କ୍ରିୟାଯୋଗ ଆଶ୍ରମର ସ୍ୱାମୀଜୀ ଆଞ୍ଜିନ ନନ୍ଦ ଗିରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ସାରା ବିଶ୍ୱରେ ବିଜ୍ଞାନର ଅବଦାନ ସମ୍ପର୍କରେ ବୁଝାଇଥିଲେ।
ଉଦ୍ଯାପନୀ ଉତ୍ସବରେ ଟେଟ୍ରାହେଡ୍ରନ ବିଜ୍ଞାନ ମହାବିଦ୍ୟାଳୟର ପରିଚାଳନା ସମିତି ଅଧ୍ୟକ୍ଷ ଡ଼.ତ୍ରିଦେବ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ଆଗାମୀ ଦିନରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିବା ରେ ଛାତ୍ର ଛାତ୍ରୀ ମାନଙ୍କୁ ମୂଖ୍ୟ ଭୂମିକା ଗ୍ରହଣ କରିବା ପାଇଁ ସମ୍ବୋଧନ କରିଲେ । ସମ୍ମାନିତ ଅତିଥି ଭାବେ ଟାଙ୍ଗୀ ମଣ୍ଡଳ ସଭାପତି ହୃଷୀକେଶ ସାମଲ ଯୋଗଦେଇଥିଲେ।
ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ପ୍ରାଣକୃଷ୍ଣ ମଲ୍ଲିକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବିଜ୍ଞାନ ପ୍ରମୁଖ ସୁଧାଂଶୁବାଳା ପଣ୍ଡା ବିବରଣୀ ପାଠ କରିଥିଲେ।ଏହି ଅବସରରେ ପରିଚାଳନା ସଭାପତି ଅଭୟ କୁମାର ପଣ୍ଡା, ଉପସଭାପତି ତୀର୍ଥାନନ୍ଦ ପଣ୍ଡା, ସମ୍ପାଦକ ନୀରୋଦ ଚନ୍ଦ୍ର ପଣ୍ଡା, ସହସମ୍ପାଦକ ଗୋଲଖ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଗାୟତ୍ରୀ ଲେଙ୍କା, ସଭ୍ୟ କାହ୍ନୁ ଚରଣ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।
ବରିଷ୍ଠ ଆଚାର୍ଯ୍ୟା ସୁଚିତ୍ରା ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶୈକ୍ଷିକ ପ୍ରମୁଖ ବୈରାଗୀ ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ମେଳାରେ ବିଭିନ୍ନ ବର୍ଗରୁ ମୋଟ ୨୪୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏଥିସହିତ ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ଓ ଗଣିତ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲାପ୍ରତିଯୋଗିତାରେ ସଫଳ ମୋଟ ୧୫୬ ଜଣ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।