ସ୍ୱାଧୀନତା ଦିବସ ପାଳନ ପାଇଁ ଭାରତୀୟ ନୌସେନା ର ପ୍ରାକ ପ୍ରସ୍ତୁତି

ଚିଲିକା (ସଂଗ୍ରାମ ରଣା): ଭାରତର ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ, INS ଚିଲିକା ପକ୍ଷରୁ ୧୨ ଅଗଷ୍ଟ ୨୦୨୬ ରିଖରେ ବ୍ରହ୍ମପୁରସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (NIST) ବିଶ୍ୱବିଦ୍ୟାଳୟରେ ‘ଇଣ୍ଡିଆନ୍ ନେଭି ବ୍ୟାଣ୍ଡ କନସର୍ଟ ୨୦୨୬’ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଭାରତର ସ୍ୱାଧୀନତାର ଅଶୀ ବର୍ଷ ପୂର୍ତ୍ତିକୁ ସ୍ମରଣ କରେ ଏବଂ ସେହି ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରେ, ଯାହାଙ୍କର ସାହସ, ତ୍ୟାଗ ଏବଂ ଅଟଳ ନିଷ୍ଠା ଏକ ମୁକ୍ତ ତଥା ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ସ୍ଥାପନ କରିଥିଲା। ସଙ୍ଗୀତର ସାର୍ବଜନୀନ ଭାଷାମାଧ୍ୟମରେ,ଭାରତୀୟ ନୌସେନା ଦେଶପ୍ରେମ, ଏକତା ଏବଂ ନିଃସ୍ୱାର୍ଥପର ସେବାର ଚିରସ୍ଥାୟୀ ମୂଲ୍ୟବୋଧକୁ ପାଳନ କରିବା ପାଇଁ ଲୋକମାନଙ୍କୁ ଏକତ୍ରିତ କରେ। INS ଚିଲିକାର ନୌସେନା ବ୍ୟାଣ୍ଡ ଦେଶପ୍ରେମମୂଳକ, ସାମରିକ ଏବଂ ସମସାମୟିକ ସଙ୍ଗୀତର ଏକ ମନୋଜ୍ଞ କାର୍ଯ୍ୟକ୍ରମ ଉପସ୍ଥାପନ କରିବ। ଏହା ଭାରତୀୟ ନୌସେନାର ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ପ୍ରଦର୍ଶନ କରିବା ସହ ଏହାର ମୂଳମୂଲ୍ୟବୋଧ ଯଥା- କର୍ତ୍ତବ୍ୟ, ସମ୍ମାନ ଏବଂ ସାହସକୁ ପ୍ରତିଫଳିତ କରିବ। NIST ବିଶ୍ୱବିଦ୍ୟାଳୟର ଡିନ୍ (ଶିକ୍ଷା) ଡକ୍ଟର ରାଜେଶ କେ. ପାନାକାଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ବ୍ୟତୀତ, ସ୍ଥାନୀୟପ୍ରଶାସନିକ ଅଧିକାରୀ, ପୂର୍ବତନ ନୌସେନା କର୍ମଚାରୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, NCC କ୍ୟାଡେଟ୍ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।