ସଡ଼କ ସୁରକ୍ଷା ଓ ହେଲମେଟ ବ୍ୟବହାର ନେଇ ପୁରୁଷୋତ୍ତମପୁର ପୋଲିସର ସଚେତନତା

ପୁରୁଷୋତ୍ତମପୁର -୦୪/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ସଡ଼କ ଦୁର୍ଘଟଣା ରୋକିବା ସହ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପୁରୁଷୋତ୍ତମପୁର ଥାନା ପକ୍ଷରୁ ଏସ ଡି ପି ଓ ସୁଜିତ କୁମାର ନାୟକ ଓ ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା ଙ୍କ ନେତୃତ୍ୱରେ ଓ ଆଇ ଆଇ ସି କୁଳମଣି ସେଠୀ ଓ ଥାନାର ସମସ୍ତ ଷ୍ଟାଫଙ୍କ ସହଯୋଗରେ ପୁରା ପୁରୁଷୋତ୍ତମପୁର ବୁଲି ବୁଲି ଲୋକଙ୍କୁ ସଚେତନତା କରାଉଥିଲେ l ଏହି ସଚେତନତା କାର୍ଯ୍ୟକ୍ରମରେ ହେଲମେଟ ଯାଞ୍ଚ କରାଯାଇଥିଲା। ପୋଲିସ କର୍ମଚାରୀମାନେ ଦୁଇଚକିଆ ଯାନ ଚାଳକମାନଙ୍କୁ ହେଲମେଟ ପିନ୍ଧି ଯାତାୟାତ କରିବା ସହ ଟ୍ରାଫିକ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ।ଓ ଯେଉଁମାନେ ବିନା ହେଲମେଟ ରେ ଗାଡି ଚଳାଉଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରାଉଥିଲେ l
ବିଶେଷକରି ବାଇକ୍ ଚଳାଇବା ସମୟରେ ହେଲମେଟ ବ୍ୟବହାର, ଦ୍ରୁତ ଗତିରେ ଗାଡ଼ି ନଚଳାଇବା, ମୋବାଇଲ ଫୋନ୍ ବ୍ୟବହାର ନକରିବା ଏବଂ ନିୟମ ମାନି ଯାତାୟାତ କରିବା ନେଇ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା। ହେଲମେଟ କେବଳ ଆଇନରୁ ବର୍ତ୍ତିବା ପାଇଁ ନୁହେଁ, ବରଂ ଜୀବନ ସୁରକ୍ଷା ପାଇଁ ଅତ୍ୟାବଶ୍ୟକ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା।
ସଡ଼କ ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଚାଲିଯାଉଥିବାରୁ ପ୍ରତ୍ୟେକ ଚାଳକ ନିଜ ସହ ଅନ୍ୟମାନଙ୍କ ଜୀବନ ପ୍ରତି ଦାୟିତ୍ୱଶୀଳ ହୋଇ ଟ୍ରାଫିକ ନିୟମ ପାଳନ କରିବା ଆବଶ୍ୟକ ବୋଲି ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅଟ୍ଟୋ ଚାଲକ ମଧ୍ୟ ସାମିଲ ହୋଇଥିବାରୁ ଦେଖିବାକୁ ମିଳିଥିଲା l