
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ବ୍ଳକ ସ୍ତରୀୟ ଭଞ୍ଜନଗର ସମ୍ମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ବ୍ଳକ ଅଧକ୍ଷ ନରିସଭା ନାୟକ, ଜିଲ୍ଲା ପିଓଜି ନାଗରତ୍ନମ୍, ସିଡିପିଓ ମିଲିମା କୁମାରୀ ପଣ୍ଡା, ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ମନୋଜ ପଟ୍ଟନାୟକ, ସ୍ନିଗ୍ଧା ଦାଶ, ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ସାଧନ କର୍ମୀ ଦାସରଥୀ ତ୍ରିପାଠୀ, କେଏସୟୁବି ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା, ମିଶନ ଶକ୍ତି ବ୍ଲକ ସଂଯୋଜକ ସମସ୍ତ ଅଞ୍ଚଳ ପରିଦର୍ଶିକା ଉପସ୍ଥିତ ଥିଲେ । ଅତିଥି ମାନେ ମହିଳାଙ୍କ ପାଇଁ ଥିବା ଆଇନ ସଚେତନତା ସମ୍ବଦ୍ଧରେ ଆଲୋକପାତ କରିଥିଲେ । ଘରୋଇ ହିଂସା ଠାରୁ ଆରମ୍ଭକରି ବିଭିନ୍ନ ସ୍ତରରେ ହେଉଥିବା ନାରୀ ମାନଙ୍କ ପ୍ରତି ନିର୍ଯ୍ୟାତନା ଏବଂ ତାହାର ପ୍ରତିକାର ପାଇଁ ସରକାରଙ୍କ ପକ୍ଷରୁ ଥିବା ଆଇନଗତ ସହାୟତା, ଅର୍ଥ ରାଶି ଏବଂ ଛାତ୍ରଛାତ୍ରୀ କିଭଳି ସଚେତନ ହୋଇ ନିଜେ ଶିଖିବେ ଏବଂ ଅନ୍ୟକୁ ପରାମର୍ଶ ଦେଇ ପାରିବେ ସେ ସଂର୍ପକରେ ବକ୍ତବ୍ୟ ରଖିଥିଲେ । ଏଥିରେ ଏସଏଚଜି ମହିଳା, ଛାତ୍ର ଛାତ୍ରୀ, ସିଆରପି, ଏମବିକେ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଅଙ୍ଗନବାଡି କର୍ମୀ ଅଲିଭା ପାତ୍ର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।