ବଜେଟ୍ ୨୦୨୫-୨୬: ମହାପୁରୁଷଙ୍କ ସମ୍ମାନରେ ପ୍ରତିଷ୍ଠା ହେବ ସ୍ମାରକୀ, ପ୍ରତିମୂର୍ତ୍ତି

ଭୁବନେଶ୍ବର: ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ରେ ‘ଓଡ଼ିଆ ଅସ୍ମିତା’କୁ ସ୍ଥାନ ଦେଇଥିବା କହିଛନ୍ତି। ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବଜେଟ୍ ଉପସ୍ଥାପନ ବେଳେ ଏହା କହିଛନ୍ତି। ଆଗାମୀ ଆର୍ଥିକ ବର୍ଷ ପାଇଁ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୪୮୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଓଡ଼ିଆ ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୧୯୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିପରି ଐତିହ୍ୟସ୍ଥଳର ସୁରକ୍ଷା ପାଇଁ ୧୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗଠନ ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସେହିପରି ମହାପୁରୁଷ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତି ତାଙ୍କର ଜନ୍ମଭୂମିରେ ପ୍ରତିଷ୍ଠା ପାଇଁ ୧୦ କୋଟି ଟଙ୍କା ଅଟକଳ ରଖାଯାଇଛି। ଯୋଜନାଓଡ଼ିଆ ନୂଆବର୍ଷ ପାଳନଓଡ଼ିଆ ଅସ୍ମିତା ଭବନଓଡ଼ିଆ ଅନୁବାଦ ଏକାଡେମୀବିଶ୍ବସ୍ତରୀୟ ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟପାଇକ ବିଦ୍ରୋହ ସ୍ମାରକୀଗୁରୁ-ଶିଷ୍ୟ ପରଂପରାର ବଳିଷ୍ଠ ସଂକେତ କୁହାଯାଉଥିବା ସତ୍ୟବାଦୀର ବକୁଳବନକୁ ସରକାର ସମ୍ମାନ ଦେଇଛନ୍ତି। ପଞ୍ଚସଖାଙ୍କ ଦ୍ବାରା ୧୯୦୯ରେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷା ପ୍ରତିଷ୍ଠାନର ସ୍ମୁତିରେ ବକୁଳବନ ଉନ୍ନୟନ ଯୋଜନା ଆରମ୍ଭ କରାଯାଉଛି। ଏଥି ପାଇଁ ୫୦ କୋଟି ଟଙ୍କା ବଜେଟ୍ ରଖାଯାଇଛି। ସେହିପରି ପଠାଣୀ ସାମନ୍ତଙ୍କ ସ୍ମୁତିରେ ତାଙ୍କ ଜନ୍ମପୀଠରେ ଏକ ପ୍ଲାନେଟାରିୟମ ପ୍ରତିଷ୍ଠା କରାଯିବ। ରାଜ୍ୟର ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ୨୦୨୫ ଜାନୁଆରିରୁ ମାସିକ ୩୦୦୦୦ ଟଙ୍କା ପ୍ରଦାନ କରାଯିବ। ପ୍ରଥମ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ବାରା ଲିଖିତ ପୁସ୍ତକଗୁଡ଼ିକର ପୁନଃ ପ୍ରକାଶ କରିବ। ସ୍ବାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କ ଜନ୍ମସ୍ଥଳୀରେ ସ୍ମାରକୀ ନିର୍ମାଣ କରାଯିବ। ଆର୍ଥିକ ବର୍ଷ ୨୦୨୫-୨୬ରେ ରାଜ୍ୟ ସରକାର ଓଡ଼ିଆ ଡାଏସପୋରା: ଓ-ସଂପର୍କ’ ଯୋଜନାରେ ୧୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଓଡ଼ିଆ ସଂସ୍କୃତିକୁ ଦେଶ-ବିଦେଶରେ ପ୍ରଚାର କରୁଥିବା ସଂସ୍ଥା ଏହି ବଜେଟରୁ ଉପକୃତ ହେବେ। ଓଡ଼ିଆ ସଂପ୍ରଦାୟର ଲୋକେ ଆମେରିକା, ଇଂଲଣ୍ଡ, ୟୁଏଇ, ଅଷ୍ଟ୍ରେଲିଆ, ସିଂଗାପୁର ତଥା ଭାରତୀୟ ସହର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ଓଡ଼ିଆ ସଂସ୍କୃତିର ପ୍ରଚାର ପାଇଁ ରଥଯାତ୍ରା, ଦୁର୍ଗାପୂଜା, ଉତ୍କଳ ଦିବସ ଆଦି ପାଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *