
ଆସିକା (ଓଡ଼ିଶା ଟୁଡେ): ଆସ୍କା ବ୍ଲକ ସ୍ଥିତ ନିମିନା ବୃନ୍ଦାବନ ମହାବିଦ୍ୟାଳୟ, କେନ୍ଦୁପଦରର ଠାରେ ସୋମବାର ରସାୟନିକ ବିଜ୍ଞାନ ବିଭାଗୀୟ ପାଠଚକ୍ର ଆଲୋଚନା ଆୟୋଜିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିଷେକ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ପାଠଚକ୍ରଟି ସମ୍ପାଦିତ ହୋଇଛି । “ମଲିକୁଲାର ହାଇଡ୍ରୋଜେନ ( H2) ଭବିଷ୍ୟତର ଇନ୍ଧନ ସମ୍ବଳ ପାଇଁ ଏକ ନବୀକରଣ ଶକ୍ତି” ଶୀର୍ଷକରେ ଏହି ପାଠଚକ୍ରଟି ଛାତ୍ରଛାତ୍ରୀ ଓ ସାଧନା ବ୍ୟକ୍ତିଙ୍କୁ ଦ୍ୱାରା ପରିବେଷିତ ହୋଇଥିଲା । ଉକ୍ତ ବିଷୟକୁ +୩ ଶେଷ ବର୍ଷର ଛାତ୍ର ଦୀନବନ୍ଧୁ ସେନାପତି ଓ ଛାତ୍ରୀ ପ୍ରଜ୍ଞା ପ୍ରତିଭା ସାହୁ ଉପସ୍ଥାପନ କରିଛନ୍ତି । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ଭଞ୍ଜନଗରର ରସାୟନିକ ବିଭାଗର ଅଧ୍ୟାପକ ଅମୀୟ ରଞ୍ଜନ ପଣ୍ଡା ସାଧନ ବ୍ୟକ୍ତି ଭାବେ ଉପସ୍ଥିତ ହୋଇ ଆଗାମୀ ଭବିଷ୍ୟତ ପାଇଁ ଏହି ଗବେଷଣାର ମହତ୍ୱ ସମ୍ପର୍କରେ ମତ ଦେଇଥିଲେ । ସେହିପରି ବିଭାଗ ମୁଖ୍ୟ ଡ଼କ୍ଟର ଜୀବନ କୃଷ୍ଣ ଦାସ ଉକ୍ତ ବିଷୟ ସମ୍ପର୍କରେ ଅଗ୍ର ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିବା ସ୍ଥଳେ ଅଧ୍ୟାପିକା ସୁଶ୍ରୀ କେ. ସ୍ମିତା ପାତ୍ର ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରଛନ୍ତି । ଅନୁଷ୍ଠାନର ଶୈକ୍ଷିକ ଅଧିକାରୀ ତଥା ପାଠଚକ୍ର ଅଧିକାରୀ ଡ଼କ୍ଟର କୁନା ସୁନା ଉପସ୍ଥାପନା ଓ ବିଷୟ ସମ୍ପର୍କରେ ମତ ବ୍ୟକ୍ତ କରିଥିବା ସ୍ଥଳେ ବିଭାଗର ପ୍ରଦର୍ଶନକର୍ତ୍ତା ପ୍ରମୋଦ କୁମାର ଆପଟ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହା ବ୍ୟତୀତ ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଶ୍ରୀ ପ୍ରଫୁଲ୍ଲ କାଣ୍ଡଗୋରୀ, ଆଲୋକ ପଧାନ, ଅଜିତ ମୁଖି, ଅଜିତ ମହାପାତ୍ର, ସଚିନ ଜେନା, ଅଧ୍ୟାପିକା ସୁଜାତା ଟେଟେ, ସୁଜାତା ସିଂହ, ଯାଜ୍ଞସେନୀ ପ୍ରଧାନ, ଅର୍ପିତା ପ୍ରିୟଦର୍ଶିନୀ, ଜସ୍ମିନ ନାୟକ, କିରଣ ଡାକୁଆ, ରଘୁନାଥ ପ୍ରଧାନ ଉଦିତ ନାରାୟଣ ଦାଶ, ସିଲୁ ସେଠୀ ଓ ଅନୁପ ଷଢଙ୍ଗୀ ଆଦି ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ସମେତ ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।