ବାଲିପଦର: ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ବାଲିପଦର ଶଶୀକଳା ମଣ୍ଡପ ପରିସରରେ ମା’ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ  ଭାରତୀୟ ଶିକ୍ଷା ସଂସ୍ଥାନ ବ୍ରହ୍ମପୁର ପକ୍ଷରୁ ଅଞ୍ଚଳର ୧୦ଟି ବିଦ୍ୟାଳୟର ୮୬ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କାର ଗ୍ରହଣ କରିଥିଲେ । ଶିକ୍ଷାସଂସ୍ଥାର ମହା ମଣ୍ଡଳେଶ୍ବର ତଥା ମାର୍ଗ ଦର୍ଶକ ମହନ୍ତ କମଳାକାନ୍ତ ଦାସ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇ ଥିବାବେଳେ ମା”ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ କାହ୍ନୁଚରଣ ବାଡତ୍ୟା ପୌରହିତ୍ୟ କରିଥିଲେ। ମୁଖ୍ଯ ଅତିଥି ଭାବେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କାରରେ ସିଲ୍ ଓ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ବାଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର, ପ୍ରଧାନଚାର୍ଯ୍ୟ ଗଙ୍ଗୋତ୍ରୀ ବେହେରା, ଶିକ୍ଷା ସଂସ୍ଥାନ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ, ରାଜେନ୍ଦ୍ର କୁମାର ପଟ୍ଟନାୟକ, ପରୀକ୍ଷା ପରିଚାଳକ ଉଷାରାଣୀ ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ବ୍ରହ୍ମପୁର ଅରବିନ୍ଦ ନଗର, ବାସୁଦେବ ନଗର, ମନ୍ଦାର, ଖଲିଙ୍ଗି, ହାତିଓଟ, କୋକଳବା, କନିଆରୀ, ବୁଡେଇଶୁଣି, ବାଲିପଦର, ବଡଗଡ ପ୍ରଭୁ୍ତି ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଅଂଶ ଗହଣ କରିଥିଲେ। “କ” “ଖ” “ଗ” ତିନୋଟି ବିଭାଗରେ ବିଦ୍ୟାର୍ଥୀ ମାନେ ବିଭକ୍ତ ହୋଇ ପ୍ରତିଯୋଗିତା ଅଂଶ ଗ୍ରହଣ ପୁର୍ବକ ପୁରସ୍କାର ଗ୍ରହଣ କରିଥିଲେ। ଶେଷରେ ବାଲିପଦର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ କାହ୍ନୁଚରଣ ବାଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *