
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ତାରସିଂ ଥାନା ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୮୩.୦୨ ଲିଟର ବେଆଇନ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି।ଯେଉଁଥିରେ ୨୦ ଲିଟର ଦେଶୀ ଓ ୬୩.୦୨ଲିଟରର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ରହିଛି। ପୃଥକ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗାୟାଗଣ୍ଡା ଗ୍ରାମରେ ବେଆଇନ ମଦ ବିକ୍ରି ହେଉଥିବା ଖବର ପାଇ ପୋଲିସ ଟିମ୍ ଚଢ଼ାଉ କରିଥିଲେ।ପରେ ପୋଲିସ ସେଠାରୁ ୨୦ ଲିଟର ଦେଶୀ ମଦ ଓ ୮.୨୪୦ଲିଟର ବିଦେଶୀ ମଦ ଜବତ କରିଥିଲା।ଏହି ଘଟଣାରେ ପୋଲିସ ରିତେଶ ସିଂହ(୩୫) ଙ୍କୁ ଗିରଫ କରିଛି।ସେହିଭଳି ଗେରେଡା ଗ୍ରାମର ଏକ ବେଆଇନ ମଦ ଦୋକାନ ରେ ମଧ୍ୟ ଚଢ଼ାଉ କରି ପୋଲିସ ୫୪.୭୮୦ ଲିଟର ବିଦେଶୀ ମଦ ଜବତ କରିଛି। ଯେଉଁଥିରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ରହିଛି। ଏହି ଘଟଣାର ପୋଲିସ ପ୍ରଶନ୍ନ ସାହୁ(୫୦)ଙ୍କୁ ଗିରଫ କରିଛି।ଉଭୟ ଘଟଣାରେ ପୋଲିସ କେସ ନମ୍ବର ୧୫୮ ଓ ୧୫୯ ରେ ପୃଥକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଈଥିବା ଥାନା ଅଧିକାରିଣୀ ରେବତୀ ଶବର ସୁଚନା ଦେଇଛନ୍ତି।