
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ପାତ୍ର କଲେନୀ ଠାରେ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ କୁ ମୁଖ୍ୟ ଅତିଥି ଭାବେ ଶିଳାନ୍ୟାସ କରିଛନ୍ତି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ। ସାନମାନୀୟ ଅତିଥି ଭାବେ ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏନଏସି ଉପାଧ୍ୟକ୍ଷ ଶୁଭଶ୍ରୀ ଦାସ, ଏନଏସି ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି, ଧୋବା ଗୌଡ଼,ଶିବଶଙ୍କର ମହାପାତ୍ର, ମାନସ ଜେନା, କୁବେର ପ୍ରଧାନ, ରଞ୍ଜିତ ମିଶ୍ର,ହର ଗୌଡ଼ ଓ ଏନଏସି ର ସମସ୍ତ କାଉନସିଲର ମାନେ ଯୋଗ ଦେଇଥିଲେ।ଶେଷରେ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ମାଲିକ ପି. କେଦାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।