
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ଶଙ୍ଖ ସାହିର କାଳିଆ ଓରଫ୍ ଗୋପନ ନାଇକ (ପିତା – ପୀତବାସ ନାଇକ)ଙ୍କୁ ଭଞ୍ଜନଗର ପୋଲିସ ବିଭିନ୍ନ ପଞ୍ଚାୟତ ପମ୍ପ ହାଉସ ରୁ ଇଲେକ୍ଟ୍ରିକ୍ କେବଲ ଚୋରି କରିବା ଅଭିଯୋଗରେ ଗିରଫ କରିଛି । ଭଞ୍ଜନଗର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡର ସହାୟକ ନିର୍ବାହୀ ଯନ୍ତ୍ରୀ ପୋଲିସକୁ ଦେଇଥିବା ଅଭିଯୋଗ ପ୍ରକାରେ ଭଞ୍ଜନଗର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡର ବିଭିନ୍ନ ଗ୍ରାମ ପଞ୍ଚାୟତ ପମ୍ପ ହାଉସ ରୁ ଅଭିଯୁକ୍ତ ଗୋପନ ନାଇକ ଇଲେକ୍ଟ୍ରିକ୍ କେବଲ ଚୋରି କରି ନେଉଥିଲା । ଭଞ୍ଜନଗର ପୋଲିସ କେସ ନଂ ୨୩୮/୦୮.୦୩.୨୫ ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଗୋପନ ନାଇକ ନାମରେ ତାରସିଂ ଥାନାରେ ମଧ୍ୟ ଛଅ ଟି ମାମଲା ପଞ୍ଜୀକୃତ ଅଛି । ଗୋପନ ଇଲେକ୍ଟ୍ରିକ୍ କେବଲ ଚୋରି କରି ଭଞ୍ଜନଗର ବାଟା ଲେନ୍ ରେ ରହୁଥିବା ରମେଶ ନାୟକ (୪୫) ଙ୍କୁ ମେଲ୍ଟ ତମ୍ବା ତାର ବିକ୍ରୟ କରୁଥିଲା । ରମେଶକୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ କିଛି ବିଦ୍ୟୁତ୍ ତାର ମଧ୍ୟ ଜବତ କରାଯାଇଛି ।ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।