ଭଞ୍ଜନଗର : କୁଲାଡ଼ ତଳ ବ୍ୟାଘ୍ରଦେବୀ ମନ୍ଦିର ରୁ ଚୋରି

ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ) : କୁଲାଡ଼ ତଳ ବ୍ୟାଘ୍ରଦେବୀ ମନ୍ଦିର ରୁ ଗତ ବିଳମ୍ବିତ ରାତିରେ ବହୁ ସୁନା ରୁପା ଚୋରି ହୋଇଥିବା ଜଣାପଡିଛି। ରାତ୍ର 3 ଘଣ୍ଟା ସମୟରେ ଚୋର ମାନେ ମନ୍ଦିର ର ପଛପାଖ ପାଚେରୀ ଡେଇଁ ୪ ଜଣ ମନ୍ଦିର ଭିତରେ ମୁଖା ପିନ୍ଧି ପଶିଥିବା ସିସିଟିଭି କ୍ୟାମେରା ରୁ ଜଣାପଡୁଛି। ପ୍ରଥମେ ସେମାନେ ହୁଣ୍ଡୀ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ପରେ ମନ୍ଦିର ଭିତରକୁ ପଶି ମାଙ୍କୁ ପ୍ରଣାମ କରି ସିସିଟିଭି କ୍ୟାମେରା କୁ ଉପରକୁ ବୁଲାଇଛନ୍ତି। ପରେ ଗର୍ଭ ଗୃହରେ ପ୍ରବେଶ କରି ମାଙ୍କ ୩୫ ଟି ରୁପା ଆଖି,୩ ଟି ସୁନା ଚିତା,୨ ଟି ରୁପା ଭୁଲତା ଯାହାର ମୂଲ୍ୟ ଏକଲକ୍ଷ ପଚାଶ ହଜାର ଟଙ୍କା ହବ ଚୋରି ହୋଇଛି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଅନ୍ୟ ଅଳଙ୍କାର ମଧ୍ୟ ମାଙ୍କର ଦେହର ରେ ଥିବା ବେଳେ ସେହି ରୁପା ଅଳଙ୍କାର ଗୁଡିକ ଚୋର ମାନେ ନେଇନଥିବା ଜଣାପଡିଛି। ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଁଞ୍ଚି ଛାନଭିନ ଆରମ୍ଭ କରିଦେଇଛି। ଗତ କିଛି ମାସ ହେଲା ଅଞ୍ଚଳ ରୁ ଏପରି ମନ୍ଦିର ଚୋରି ବନ୍ଦ ହେବା ପରେ ପୁଣି ମନ୍ଦିର ଚୋରି ସାମ୍ନା କୁ ଆସିଛି ।

Leave a Reply

Your email address will not be published. Required fields are marked *