ବ୍ରହ୍ମପୁର : ବିଶ୍ଵଭାରତୀ କଳା ପରିଷଦ ତରଫରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଉଦଘାଟିତ

ବ୍ରହ୍ମପୁର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଗତ ୨୪ ଏପ୍ରିଲ ରେ ବ୍ରହ୍ମପୁର ସହରର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ବିଶ୍ଵଭାରତୀ କଳା ପରିଷଦ ତରଫରୁ କୁନି କୁନି ପିଲମାନଙ୍କୁ ନେଇ ଭଜନ କାର୍ଯ୍ୟକ୍ରମ ଭକ୍ତି ପୁଷ୍ପାଞ୍ଜଳି ଗଞ୍ଜାମ କଳା ପରିଷଦର ପ୍ରେକ୍ଷାଗୃହରେ ଅନୁଷ୍ଠିତ ହୋଇ ଯାଇଅଛି। ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁଶ୍ରୀ ନୀଳାଞ୍ଚଳ ବେହେରା ଓ ସମ୍ପାଦିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରାୟ ୧୫ ରୁ ଉର୍ଦ୍ଧ୍ବ କୋମଳମତି ଶିଶୁମାନେ ଚିତ୍ତାକର୍ଷକ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ା.ତିରୁପତି ସାହୁ ଯୋଗ ଦାନ କରି ଶିଶୁମାନଙ୍କର ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ନୃତ୍ୟଗୁରୁ ସ୍ଵଂୟସିଦ୍ଧl ସ୍ଵର୍ଣ୍ଣପ୍ରଭା ପାଢୀ ଓ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକଶ୍ରୀ ପ୍ରଭାତ କୁମାର ପଟ୍ଟନାୟକଙ୍କୁ ସମ୍ମlନୀତ କରାଯାଇଥିଲା । କଳାପ୍ରେମୀ ପ୍ରକାଶ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *