ଭଞ୍ଜନଗର : କଠୋର ହେଉଛି ଭଞ୍ଜନଗର ପୁଲିସ୍ ରୋଡ ରୋମିଓ ଓ ମଦୁଆ ଚାଳକଙ୍କୁ ନିସ୍ତାର ନାହିଁ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ମଦପିଇ ଗାଡି ଚଳାଇବାରୁ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢିବା ସହ ମୃତ୍ୟୁ ହାର ବି ବୃଦ୍ଧି ପାଉଛି । ଏହା ସହ ରୋଡ଼୍ ରୋମିଓ ମାନେ ମଧ୍ୟ ଭିନ୍ନ ଭିନ୍ନ ଷ୍ଟାଇଲର ବାଇକ୍ ଧରି ସହରରେ ବୁଲୁଛନ୍ତି।ଏହାକୁ ରୋକିବା ଲାଗି ଭଞ୍ଜନଗର ପୁଲିସ କଠୋର ହେବା ସହ ସତନ୍ତ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି। ଭଞ୍ଜନଗର ସହର ଓ ଆଖପାଖ ଇଲାକାରେ ମଦ୍ୟପ ଚାଳକ ଓ ରୋଡ ରୋମିଓ ଙ୍କୁ ଏଣିକି ଆଉ ନିସ୍ତାର ମିଳିବନି। ମଦପିଇ ଗାଡ଼ି ଚଲାଇ ଧରାପଡିଲେ ମୋଟା ଅଙ୍କର ଜୋରିମନା ସହ ମାମଲା ରୁଜୁ ହେଉଛି । ପ୍ରତି ମାସରେ ୫୦ ରୁ ୬୦ ଜଣ ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି । ଏଥି ସହ ବାଇକ ଚାଳକଙ୍କ ଲାଇସେନ୍ସ ବାତିଲ ସହ ଗାଡ଼ି ଜବତ ହେଉଛି । ସଡକ ଦୁର୍ଘଟଣା ରୋକିବା ଓ ଅପରାଧ ହ୍ରାସ ଲାଗି ଭଞ୍ଜନଗର ପୁଲିସ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ଥାନା ଇଲାକାର ବିଭିନ୍ନ ପ୍ରବେଶପଥରେ ଦୈନିକ ବ୍ରେଥ ଆନାଲାଜର ସହାୟତାରେ ମଦୁଆ ଚିହ୍ନଟ କରାଯାଉଛି ।ଭଞ୍ଜନଗର ଦେଇ ଜାତୀୟ ରାଜପଥ ଯାଇଥିବା ବେଳେ ଦୈନିକ ଶହ ଶହ ଗାଡ଼ି ଏହି ରାସ୍ତା ଦେଇ ଚଳାଚଳ କରିଥାନ୍ତି। ଗାଡି ଚଳାଚଳ ବଢିବା ସହ ତାଳଦେଇ ଦୁର୍ଘଟଣା ହାର ମଧ୍ଯ ବଢୁଛି। ଦୁର୍ଘଟଣା ହାରରେ ରୋକ ଲଗାଇବା ଲାଗି ଭଞ୍ଜନଗର ପୁଲିସ ପକ୍ଷରୁ ମଦୁଆ ଚାଳକ ଧରପଗଡକୁ ଜୋରଦାର କରାଯାଇଛି । ଏହାସହ ଥାନା ଇଲାକାର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରି ଅମାନିଆଙ୍କୁ ସାବାଡ କରାଯାଉଛି। ଥାନା ଅଧିକାରୀ ଜିବନାନନ୍ଦ ଜେନା ଙ୍କ ତତ୍ବାବଧାନରେ ଭଞ୍ଜନଗର-ବ୍ରହ୍ମପୁର, ଭଞ୍ଜନଗର-ଫୁଲବାଣୀ, ଭଞ୍ଜନଗର -ଦଶପଲ୍ଲା ଓ ଭଞ୍ଜନଗର- ଭୁବନେଶ୍ୱର ରାସ୍ତାର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ବ୍ରେଥ ଆନାଲାଜର ସହାୟତାରେ ମଦ୍ୟପ ଗାଡ଼ି ଚାଳକ ଚିହ୍ନଟ କରାଯାଉଛି ।

ଏକ ସତନ୍ତ୍ର ଟିମ ରାସ୍ତାରେ ଯାତାୟତ କରୁଥିବା ଗାଡ଼ି ଚାଳକଙ୍କ ଉପରେ ତୀକ୍ଷ୍ମଣ ନଜର ରଖୁଛି । ପ୍ରତି ମାସରେ ୫୦ରୁ ୬୦ ଜଣ ମଦ୍ୟପ ଚାଳକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେପଟେ ମଦ ପିଇ ଗାଡ଼ି ଡ୍ରାଇଭିଂ କରୁଥିବା ବକ୍ତିମାନଙ୍କୁ ଗିରଫ କରିବା ସହ ସେମାନଙ୍କୁ ଜେଲ ପଠାଇବାକୁ ମୋଟର ପରିବହନ ଆଇନରେ ପ୍ରାବଧାନ ରହିଛି । ସମ୍ପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ କୁ ମଧ୍ୟ ନିଳମ୍ବନ କରାଯିବାର ପ୍ରାବଧାନ ରହିଥିଲେ ମଧ୍ୟ ମଦୁଆ ଚାଳକଙ୍କ ସଂଖ୍ୟା କମିବାର ନାଁ ଧରୁନି।ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ରୋଡ ରୋମିଓ ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା ଙ୍କ ନିର୍ଦେଶରେ ଏସ ଆଇ ସମୀର ସେଠି ଙ୍କ ନେତୃତ୍ୱ ରେ ଭଞ୍ଜନଗର ସହରରେ ଅମାନିଆ ରୋଡ଼ ରୋମିଓ ଏବଂ ବାଇକ ରେ ୩ ଜଣ ବସିଥିବା ଓ ମଦ୍ୟ ପାନ କରିକି ବାଇକ ଚଳାଉଥିବା ଚାଳକ ଙ୍କୁ ସାବାଡ଼ କରିବା ପାଇଁ ବହୁତ ବାଇକ ଜବତ ହୋଇଛି। ଆଗକୁ ପ୍ରାୟ ସବୁଦିନେ ଏମିତି ଚେକିଂ ହେବ ବୋଲି ଥାନାଧିକାରୀ ଶ୍ରୀ ଜେନା କହିଛନ୍ତି ।

Leave a Reply

Your email address will not be published. Required fields are marked *